fbpx

ଆଜମ ଖାନଙ୍କୁ ହାର୍ଟ ଆଟାକ୍

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ହାର୍ଟ ଆଟାକ୍ ହୋଇଛି । ତେଣୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜମ ଏବେ ଆଇସିୟୁରେ ରହିଥିବା ବେଳେ ଡାକ୍ତରମାନେ ଲଗାତର ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ତାଙ୍କୁ ହାର୍ଟ ଆଟାକ ଆସିଥିବା ଡାକ୍ତରଙ୍କ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ।

କରୋନା ସମୟରୁ ଆଜମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କରୋନା କାଳରେ ସେ କିଛି ସପ୍ତାହ ପାଇଁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖରାପ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ସେ ଜିଲ୍ଲା ପ୍ରଶାସନକୁ ଜାମିନ ମାଗିଥିଲେ । ମାତ୍ର ଉତ୍ତରପ୍ରଦେଶର ଅଦାଲତରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା । ପରେ ସେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ତାଙ୍କୁ ଜାମିନ ମିଳିଥିଲା ।

ଗତ ମାସରେ ମଧ୍ୟ ଆଜମଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥିଲା । ସେ ନିମୋନିଆ, ଶ୍ୱାସ ଓ ଫୁସଫୁସ ସଂକ୍ରମଣ କାରଣରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଏହା ପୂର୍ବରୁ ଗତ ଜୁଲାଇରେ ଆଜମ ୟୁପି ସରକାରଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ମାଗିଥିଲେ । ଆଜମ ନିଜ ପାଇଁ ଓ ପରିବାର ପାଇଁ ବିପଦ ଥିବା ଦର୍ଶାଇ ଏହି ସୁରକ୍ଷା ମାଗିଥିଲେ । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସୁପାରିଶ କରିଥିଲେ ।

Get real time updates directly on you device, subscribe now.