fbpx

B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କ ଉପରେ କରୋନା ପ୍ରଭାବ ବେଶି: CSIR ସର୍ଭେ

ନୂଆଦିଲ୍ଲୀ, ୧୧/୦୫ (ଓଡିଶା ଭାସ୍କର): କରୋନା ଏବେ ସାରା ଦେଶରେ ବେକାବୁ ସ୍ଥିତିରେ ଆସି ପହଞ୍ଚିଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ସମୟରେ ବିଭିନ୍ନ ବୈଜ୍ଞାନିକ ଏହି ଭାଇରସ୍ କୁ ନେଇ ରିସର୍ଚ୍ଚ ଚଳାଇଛନ୍ତି । ଆଉ ଏହାକୁ ନେଇ ଅନେକ ବତ ପ୍ରକାଶ କରିଛନ୍ତି । ନିକଟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ ବା ସିଏସଆଇଆର୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଯେଉଁଥିରୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମନାକୁ ଆସିଛି । ଏହି ସର୍ଭେ ଅନୁସାରେ, B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କୁ ଅନ୍ୟ ଗ୍ରୁପର ଲୋକଙ୍କ ତୁଳନାରେ ଅଧିକ ବିପଦ ରହିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ଦୁଇ ବ୍ଲଡ୍ ଗ୍ରୁପର ଲୋକମାନେ କରୋନା ଭାଇରସ୍ ପ୍ରତି ଅଧିକ ସମ୍ବେଦନଶୀଳ ଥାନ୍ତି ।

ଏହି ସର୍ଭେ ଅନୁସାରେ, B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କୁ କରୋନା ଅଧିକ ପ୍ରଭାବ ପକାଉଥିବା ବେଳେ O ବ୍ଲଡ୍ ଗ୍ରୁପ ବର୍ଗର ଲୋକମାନଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଏ ନାହିଁ । ‘ଓ’ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କ ଠାରେ ଏହା କମ୍ ଲକ୍ଷଣ ଦେଖାଏ ଏବଂ କିଛି ଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

ଖାଲି ସେତିକି ନୁହେଁ ଯେଉଁ ମାନେ ମାଂସ ଅଧିକ ଖାଆନ୍ତି ସେମାନେ କରୋନା ଭୁତାଣୁ ପ୍ରତି ଅଧିକ ସମ୍ବେଦନଶୀଳ ଥାଆନ୍ତି । ହେଲେ ଶାକାହାରୀ ଲୋକମାନଙ୍କ ଠାରେ ଅଧିକ ଲକ୍ଷଣ ଦେଖାଯାଏ ନାହିଁ । କାରଣ ଶାକାହାରୀ ଭୋଜନରେ ଫାଇବର୍ ଅଧିକ ଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ଅଙ୍ଗ ପ୍ରତ୍ୟଙ୍ଗକୁ ରୋଗର ସହ ଲଢ଼ିବାରୁ ଶକ୍ତି ପ୍ରଦାନ କରେ ।

ଏହି ସର୍ଭେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ଲୋକଙ୍କର ସାମ୍ପଲକୁ ନେଇ କରାଯାଇଥିଲା । ଏହି ସର୍ଭେରେ ପ୍ରାୟ ୧୪୦ ଜଣ ଡାକ୍ତର ମଧ୍ୟ ସାମିଲ ଥିଲେ । ତେବେ ସାରା ଦେଶରେ ସିଏସଆଇଆର୍ ପକ୍ଷରୁ ହୋଇଥିବା ଏହି ସର୍ଭେ ସେରୋ ପଜିଟିଭ୍ ରେଟ୍ ଉପରେ ଅଧାରିତ ।

Get real time updates directly on you device, subscribe now.