fbpx

ବାବା ଚଳାଉଥିଲା ସେକ୍ସ ରାକେଟ୍, ଆପତ୍ତିଜନକ ଭିଡିଓ ଭାଇରାଲ

ଲକ୍ଷ୍ନୌ, ୨୩ ।୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଳାଉଥିବା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି ଯେ, ବାବା ବନ୍ଦ ରୁମ ଭିତରେ ଚିକିତ୍ସା ଚାଲିଥିବା କହି ମହିଳାଙ୍କ ସହିତ ସେକ୍ସ ରାକେଟ୍ ଚଳାଉଥିଲା ।

ଏହାର ସୂଚନା ସ୍ଥାନୀୟ ଲୋକଙ୍କୁ ମିଳିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ବାବା, ମହିଳା ଓ ତାଙ୍କର ସାଥୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ବାବାକୁ ଗିରଫ କରି ଜେଲ ପଠାଇଛି ।

ସୂଚନା ମୁତାବକ, ଲକ୍ଷ୍ନୌର ହୁସେନବାଦର ବାବା ଜଣକ ମହିଳାଙ୍କ ଧଳା ଦାଗ ଓ ଛୁଆପିଲା ନହେବାର ଚିକିତ୍ସା କରୁଥିଲେ । ଅଭିଯୋଗ ହେଉଛି କି, ସ୍ଥାନୀୟ ଲୋକମାନେ ବହୁବାର ସେଠାକୁ ପୁରୁଷ ଓ ମହିଳାମାନଙ୍କୁ ଯିବାର ଦେଖିବାରୁ ସେକ୍ସ ରାକେଟ ହେଉଥିବା ସନ୍ଦେହ କରିଥିଲେ ।

Get real time updates directly on you device, subscribe now.