fbpx

କାହିଁକି ଐଶ୍ୱର୍ଯ୍ୟାଙ୍କ ଘରକୁ ଆସିଲା ସରକାରୀ ନୋଟିସ୍ , ଏବେ ଦେବାକୁ ହେବ ଏତିକି ଟଙ୍କା; ଜାଣନ୍ତୁ ଏହାର କାରଣ

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏଥିସହିତ ସେ ଅନେକ ମସୟରେ ନିଜ ଝିଅ ପାଇଁ ମଧ୍ୟ ଲୋକଲୋଚନକୁ ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଐଶ୍ୱର୍ଯ୍ୟାରାୟ ବଚ୍ଚନ ଯେଉଁ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ବଚ୍ଚନ ପରିବାରକୁ ଏକ ଶକ୍ତ ଝଟକା ଲାଗିଛି । କାରଣ ଟ୍ୟାକ୍ସ ପୈଠ ନ କରିବାରୁ ଐଶ୍ୱର୍ଯ୍ୟାଙ୍କ ଘରକୁ ସରକାରୀ ନୋଟିସ୍ ଆସିଛି । ତେବେ ସେ ତାଙ୍କ ଜମିର ଟ୍ୟାକ୍ସ ପୈଠ ନକରିବାକୁ ନାସିକ ତହସିଲଦାର ତାଙ୍କୁ ଏହି ନୋଟିସ୍ ପଠାଇଛନ୍ତି । ସୂଚନା ଅନୁଯାୟୀ, ଐଶ୍ୱର୍ଯ୍ୟାଙ୍କ ନାସିକ ଠାରେ ଥିବା ସିନ୍ନର ଅଦୱାଡୀ ଶିବରାତରେ ଏକ ଭୁସମ୍ପତ୍ତି ରହିଛି । ଯାହାର ଟ୍ୟାସ୍ ସେ ଗତ ଏକ ର୍ବଷ ହେବ ପୌଠ କରିନାହାଁନ୍ତି । ଫଳରେ ନାସିକ ତହସିଲଦାର ତାଙ୍କ ଘରକୁ ନୋଟିସ୍ ପଠାଇବା ସହ ୨୧ ହଜାର ୯୬୦ ଟଙ୍କା ପୌଠ କରିବାକୁ କହିଛନ୍ତି ।

ତେବେ ଏହି ନୋଟିସ ଅଭିନେତ୍ରୀଙ୍କ ନିକଟକୁ ଜାନୁଆରୀ ୯ ତାରିଖରେ ପଠାଯାଇଥିଲା । ତେବେ ସେ ଏହି ନୋଟିସ ପାଇଛନ୍ତି କି ନାହିଁ ତାହବା ସ୍ପଷ୍ଟ ହୋଇ ନଥିବା ବେଳେ ବକେୟା ଶୁଳ୍କ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୌଠ କରିବା ପାଇଁ ରାଜସ୍ୱ ବିବାଗ ସୂଚନା ଦେଇଛି । କାରଣ ରାଜସ୍ୱ ବିଭାଗଙ୍କ ନିମନ୍ତେ ମାର୍ଚ୍ଚ ମାସକୁ ୟିଅର ଅଫ କ୍ଲୋଜିଙ୍କ ଅର୍ଥାତ କ୍ଲୋଜିଙ୍ଗ ମାସ କୁହାଯାଇଥାଏ । ତେଣୁ ଯେଉଁମାନେ ଏକ ବର୍ଷ ମଧ୍ୟରେ ନିଜ ଟ୍ୟାକ୍ସ ପୌଠ କରି ନଥାନ୍ତି ସେମାନଙ୍କୁ ମାର୍ଚ୍ଚମାସ ଶେଷ ଶୁଦ୍ଧା ପରୁଣ କରିବାକୁ ପଡେ । ତେବେ ଏହି ଟ୍ୟାକ୍ସ ପୌଠ କଥାକୁ ନେଇ ଅଭିନେତ୍ରୀ ଐଶ୍ୱର୍ଯ୍ୟା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Get real time updates directly on you device, subscribe now.