fbpx

ଖରାପ କୋଲେଷ୍ଟ୍ରୋଲ ଯୋଗୁଁ ବଢିଥାଏ ଷ୍ଟ୍ରୋକ୍-ହାର୍ଟ ଆଟାକର ବିପଦ: ବର୍ତ୍ତିବା ପାଇଁ ଖାଆନ୍ତୁ ଏହି ଜିନିଷ

କିଛି ଜିନିଷ ଖାଇବା ଦ୍ୱାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ୍ ହ୍ରାସ ହେବା ପରିବର୍ତ୍ତେ ଆହୁରି ବଢ଼ିଯାଏ, ଯେଉଁ କାରଣରୁ ଷ୍ଟ୍ରୋକ ଏବଂ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ ରହିଥାଏ । କେବଳ ଏତିକି ନୁହେଁ, ଅନେକ ପ୍ରକାରର ବଡ ରୋଗ ଆପଣଙ୍କୁ ଗ୍ରାସ କରିବାରେ ଲାଗିଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣିବାକୁ ପଡିବ, ନଚେତ୍ ଏହି ପ୍ରକାର ସମସ୍ୟା ପିଛା ଛାଡିବ ନାହିଁ । ତେବେ ଶରୀରରୁ ଖରାପ କୋଲେଷ୍ଟ୍ରୋଲକୁ ବାହାର କରିବାକୁ ଆପଣଙ୍କୁ କିଛି ଜରୁରୀ ଖାଦ୍ୟ ଜିନିଷ ଖାଇବାକୁ ପଡିବ । ଆସନ୍ତୁ ଜାଣିବା କ’ଣ…

ରସୁଣ ଦ୍ୱାରା ନିୟନ୍ତ୍ରଣରେ ରହିବ କୋଲେଷ୍ଟ୍ରୋଲ:-
ରସୁଣ ଖାଇବା ଆପଣଙ୍କ ଶରୀରରୁ ଖରାପ କୋଲେଷ୍ଟ୍ରୋଲ୍ ବାହାର କରିବାରେ ସାହାଯ୍ୟ ମିଳିଥାଏ । ଅନେକ ରିପୋର୍ଟ ଦାବି କରିଛି ଯେ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରୁ ଅତିକମରେ ୧୦ ପ୍ରତିଶତ କୋଲେଷ୍ଟ୍ରଲ କମିଯାଏ ।

ଧନିଆ ମଞ୍ଜିରୁ ମିଳିବ ସାହାଯ୍ୟ:-
କିଛି ଲୋକ ଧନିଆ ଖାଆନ୍ତି, କିନ୍ତୁ ଏହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ସେମାନେ ଜାଣନ୍ତି ନାହିଁ । ଏହି ମଞ୍ଜିଗୁଡିକରେ ଫୋଲିକ୍ ଏସିଡ୍, ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ବିଟା-କାରୋଟିନ୍ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଥାଏ । ଆପଣ ଏକ ଚାମଚ ଧନିଆ ମଞ୍ଜିକୁ ପାଣିରେ ପ୍ରାୟ ଦୁଇ ମିନିଟ୍ ଫୁଟାଇ ଦିଅନ୍ତୁ ଓ ପରେ ଏହାକୁ ଛାଣି ପିଅନ୍ତୁ । ଏପରି କରିବା ଦ୍ୱାରା କୋଲେଷ୍ଟ୍ରୋଲ କମ୍ ଆପଣଙ୍କୁ ସାହାଯ୍ୟ ମିଳିବ ।

ମେଥି:-
କୋଲେଷ୍ଟ୍ରୋଲକୁ କମ୍ କରିବାରେ ମେଥିରେ ମଧ୍ୟ ଯୋଗଦାନ ରହିଛି । ଯଦି ଆପଣ ଆପଣଙ୍କ ଡାଏଟରେ ମେଥି ସାମିଲ କରିବେ, ତେବେ ଷ୍ଟ୍ରୋକ୍ ଓ ହାର୍ଟ ଆଟାକର ଆଶଙ୍କା ବହୁତ କମିଯିବ ।

Get real time updates directly on you device, subscribe now.