fbpx

ପିଟି ଟିଚର୍ ଓ ପୋଲିସ୍ ଅଫିସରଙ୍କ ଅତରଙ୍ଗୀ ପ୍ରେମ କାହାଣୀ, ରିଲିଜ୍ ହେଲା ‘ବଧାଇ ଦୋ’ ଟ୍ରେଲର୍

ମୁମ୍ବାଇ: ବଳିଉଡ୍ ଅଭିନେତା ରାଜକୁମାର ରାଓ ଓ ଭୁମି ପେଡନେକର୍ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାସାଙ୍ଗରେ ନଜର ଆସୁଛନ୍ତି । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିବେ ନାହିଁ । ଏହା ଆପଣ ସେମାନଙ୍କ ନୂଆ ଫିଲ୍ମର ଟ୍ରେଲର୍ ଦେଖିଲେ ଜାଣିଯିବେ । ଭୂମି ଓ ରାଜକୁମାରଙ୍କ ଅଭିନୀତ “ବଧାଇ ଦୋ”ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଟ୍ରେଲର୍ ରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ବଧାଇ ଦୋ ର ଫାଷ୍ଟ ଲୁକ୍ ଜାରି କରାଯାଇଥିଲା । ଏବେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଯାଇଛି ।

“ବଧାଇ ଦୋ”ରେ ମଧ୍ୟ ଆପଣଙ୍କୁ ବଧାଇ ହୋ ଭଳି ହ୍ୟୁମର୍ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆପଣ ମାନେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ପାଇବେ । କହିବାକୁ ଗଲେ ଏକ ଅସାମାନ୍ୟ ଲଭ୍ ଷ୍ଟୋରୀ ଆପଣ ମାନେ ପରଦାରେ ଦେଖିବାକୁ ପାଇବେ । କାହାଣୀ ଖୁବ୍ ମଜାଦାର୍ ରହିଛି । ଏଥିରେ ଭୁମି ଏକ ପିଟି ଟିଚର୍ ଭାବରେ ନଜର ଆସିବାକୁ ଥିବା ବେଳେ ରାଜକୁମାର ରାଓଙ୍କୁ ପୋଲିସ୍ ଅଫିସର୍ ଭାବେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.