ବୋଲର ପୁରା ଫ୍ଲପ; ବୈଭବଙ୍କ ୱିକେଟ ନେବାରେ ଫେଲ ମାରିଲେ ବୋଲର, ଏକୁଟିଆ ମାରିଲେ ୯୬ ରନ୍…
ବୈଭବଙ୍କ ମାଡ଼ରେ ଚୁପ୍ ହୋଇଗଲା ବୋଲର !
ଓଡିଶା ଭାସ୍କର: ଖେଳ କରିଦେଲେ ବୈଭବ। ମାତ୍ର୫୦ ବଲରେ ୯୬ ରନ କଲେ ବୈଭବ ସୂର୍ଯ୍ଯବଂଶୀ। ଚଳିତ ବର୍ଷର ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେଉଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ଷ୍ଟାର ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ ଦଳ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। ଭାରତର ପ୍ରଥମ ୧୯ ବର୍ଷରୁ କମ୍ ବୟସର ଅଭ୍ୟାସ ମ୍ୟାଚ୍ ସ୍କଟଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିଲା, ଏବଂ ସୂର୍ଯ୍ୟବଂଶୀ ଏଥିରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ତାଙ୍କ ଖେଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।
ଭଲ ସ୍କୋର କରି ବି ଅନଲକି ରହିଲେ ବୈଭବ:
ସ୍କଟଲାଣ୍ଡ ଅଣ୍ଡର-୧୯ ଦଳ ବିପକ୍ଷରେ ଅଧିନାୟକ ଆୟୁଷ ମହାତ୍ରେଙ୍କ ସହ ବୈଭବ ସୂର୍ଯ୍ୟବଂଶୀ ଇନିଂସ ଆରମ୍ଭ କରିଥିଲେ ଏବଂ ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳି ପ୍ରଥମ ୱିକେଟ ପାଇଁ ୭୦ ରନର ଭାଗୀଦାରି କରିଥିଲେ।
ଅଧିନାୟକ ଆୟୁଷ ୨୨ ରନ କରି ଆଉଟ ହୋଇଥିଲେ। ତା’ପରେ ବୈଭବ, ଆରନ ଜର୍ଜଙ୍କ ସହ ମିଶି ଆଉ ଏକ ଲମ୍ବା ପାଳି ଖେଳୁଥିଲେ। ବୈଭବ ୫୦ ବଲ୍ ରେ ୯ ଚୌକା ଏବଂ ସାତ ଛକା ସହିତ ୯୬ ରନ କରିଥିଲେ, ଯାହାର ଷ୍ଟ୍ରାଇକ ରେଟ୍ ୧୯୨ ରହିଥିଲା।
ସେ ମାତ୍ର ଚାରି ରନ ପାଇଁ ତାଙ୍କର ଶତକରୁ ବଞ୍ଚିତ ହୋଇଥିଲେ। ବୋଲର ମନୁ ସାରସ୍ୱତଙ୍କ ବଲରେ ଏକ ଲମ୍ବା ସଟ୍ ଖେଳିବାକୁ ଚେଷ୍ଟା କରୁଥିବା ସମୟରେ ସେ ଆଉଟ ହୋଇଥିଲେ।ଅନ୍ଯ ଦୁଇ ଖେଳାଳି ଆରୁଣ ଜର୍ଜ ଓ ବିହାନ ମାଲହୋତ୍ରା ଭାରତ ତରଫରୁ ଦମଦାର ଅର୍ଦ୍ଧଶତକ ପାଳି ଖେଳିଥିଲେ।
ତେବେ ଯଦି ଦେଖିବା ଆରମ୍ଭରୁ ହିଁ ବୈଭବଙ୍କ ୱିକେଟ ନେବାକୁ ଚାହିଁଥିଲେ ବୋଲର ମାତ୍ର ସେ ତାଙ୍କ ନିକେଟ ନେବାରେ ଅସଫଳ ରହିଥିଲେ, ଫଳରେ ବୈଭବ ଏତେ ଲମ୍ବା ସ୍କୋର ସହଜରେ କରି ପାରିଥିଲେ।
ଆଗରୁ ନିଜ ଦମଦାର ପ୍ରଦର୍ଶନର ପ୍ରମାଣ ଦେଇଛନ୍ତି ବୈଭବ ସୂର୍ଯ୍ଯବଂଶୀ:
କେବଳ ଆଜିର ମ୍ଯାଚ ନୁହେଁ ସେ ଆଗରୁ ମଧ୍ୟ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଦକ୍ଷିଣ ଆଫ୍ରିକା ଅଣ୍ଡର-୧୯ ଦଳ ବିପକ୍ଷରେ ଏକଦିବସୀୟ ସିରିଜରେ ଚମତ୍କାର ବ୍ୟାଟିଂ କରିଥିଲେ, ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଥିଲେ।
ବିଜୟ ହଜାରେ ଟ୍ରଫିରେ ବିହାର ପାଇଁ ଖେଳିବା ସମୟରେ ମଧ୍ୟ ସେ ତାଙ୍କର ଚମତ୍କାରିତା ଦେଖାଇଥିଲେ। ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୮୪ ବଲ୍ ରେ ୧୯୦ ରନ୍ କରିଥିଲେ।
