fbpx

ଏହି ଲେକମାନେ ବାଇଗଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ, ନଚେତ୍ ଯିବାକୁ ପଡିବ ମେଡିକାଲ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଅନେକ ଲୋକ ସକାଳୁ ଯୋଗ ବ୍ୟାୟାମ୍ କରିବା ସହ ଡାଇଟ୍ କରୁଥିବାବେଳେ କିଛି ଲୋକ ସୁଷମ ଏବଂ ସବୁଜ ପନିପରିବା ସେବନ କରିଥାନ୍ତି । ତେବେ ଏହି ସବୁ ପନିପରିବା ମଧ୍ୟରୁ ଅନେକ ଲୋକେ ବାଇଗଣ ଖାଇବାକୁ ପସନ୍ଦ କରନ୍ତି । କାରଣ ଏହା ସବୁ ସମୟରେ ମିଳିଥାଏ । ଏଥିସହିତ ଶୀତଦିନେ ବାଇଗଣ ସେବନ କରିବାର ମଧ୍ୟ ଅନେକ ଫାଇଦା ଥାଏ । ଖାସ କରି ଏହା ବ୍ୟକ୍ତିର ମୋଟାପଣକୁ କମ୍ କରିବାରେ ସାହାଯ୍ୟ କରେ । ଏଥିସହିତ ବ୍ଲଡସୁଗାର ଏବଂ ହୃଦଘାତ ପରି ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରେ । ତେବେ ଏତେ ସବୁ ଫାଇଦା ପରେ ମଧ୍ୟ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ବାଇଗଣ ସେବନ କରିବାକୁ ବାରଣ କରାଯାଇଥାଏ । ଯଦି ସେହି ବ୍ୟକ୍ତିମାନେ ବାଇଗଣ ସେବନ କରିନ୍ତି ତେବେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖାନ ହେବାକୁ ପଡିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନେ ବାଇଗମ ସେବନ କରିବା ଉଚିତ୍ ନୁହେଁ ।

ଏହିସବୁ ବ୍ୟକ୍ତିଙ୍କୁ ବାରଣ ବାଇଗଣ ସେବନ:

ପେଟରେ ପଥୁରୀ ହୋଇଥିବା ବ୍ୟକ୍ତି: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯେଉଁ ବୟକ୍ତିମାନଙ୍କ ପେଟରେ ପଥୁରୀ ହୋଇଥାଏ କିମ୍ବା ସେହି ସମସ୍ୟା ଥାଏ ତେବେ ସେହି ବ୍ୟକ୍ତିମାନେ ବାଇଗଣ ସେବନ କରିବା ଅନୁଚିତ୍ । କାରଣ ବାଇଗଣରେ ଅକ୍ସାଲେଟ୍ ନାମକ ଏକ ଉପାଦାନ ରହିଥାଏ । ଯାହାକି ପଥୁରୀ ସମସ୍ୟାକୁ ଆହୁରି ବଢାଇଦିଏ । ଫଳରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ଏହି ବ୍ୟକ୍ତିମାନେ ବାଇଗମ ସେବନ କରିବା ଉଚିତ୍ ନୁହେଁ ।

ରକ୍ତହୀନତା ଥିବା ବ୍ୟକ୍ତି: ଯେଉଁମାନଙ୍କର ଶରୀରରେ ରକ୍ତର ଅଭାବ ଥାଏ, ବାଇଗଣ ଖାଇବା ମଧ୍ୟ ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାର ସେବନ ଶରୀରରେ ଲୌହର ଅଭାବକୁ ଆହୁରି ବଢାଇ ଦେଇଥାଏ । ଯେଉଁ କାରଣରୁ ସମସ୍ୟା ହ୍ରାସ ହେବା ପରିବର୍ତ୍ତେ ସମସ୍ୟା ବଢିଯାଏ ।

କୌଣସି ପ୍ରକାରର ଆଲର୍ଜି: କୌଣସି ପ୍ରକାରର ଆଲର୍ଜିରେ ପୀଡିତ ବ୍ୟକ୍ତି ବାଇଗଣ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ବାଇଗଣରେ ଏପରି ଅନେକ ଉପାଦାନ ଅଛି, ଯାହା ଆଲର୍ଜି ସମସ୍ୟାକୁ ଆହୁରି ବଢାଇଥାଏ । ଏପରି ପରିସ୍ଥିତିରେ, ଯଦି ଚର୍ମ କିମ୍ବା ଅନ୍ୟ ପ୍ରକାରର ଆଲର୍ଜି ଥିବା ରୋଗୀ ବାଇଗଣ ସେବନ କରନ୍ତି ତା’ହେଲେ ତାଙ୍କର ସମସ୍ୟା ଅଧିକ ବଢିଯିବ । ତେଣୁ ଏପରି ବ୍ୟକ୍ତିମାନେ ବାଇଗଣ ସେବନ ଠାରୁ ଗୂରେଇ ରହିବା ଆବଶ୍ୟକ ।

ହଜମ ପ୍ରକ୍ରିୟାରେ ଅସୁବିଧା: ଯେଉଁମାନଙ୍କର ପେଟ ଜନିତ ସମସ୍ୟା କିମ୍ବା ହଜମ ପ୍ରକିୟାରେ ସମସ୍ୟା ଥାଏ ସେହିପରି ବ୍ୟକ୍ତିମାନେ ବାଇଗଣ ସେବନ ଠାରୁ ଦୂରେଇ ରହିବା ଉଚିତ୍ । କାରଣ ବାଇଗଣରେ ଏପରି କିଛି ଉପାଦାନ ରହିଛି ଯାହାକି ପେଟ ସମସ୍ୟା ଏବଂ ଗ୍ୟାସ ସମସ୍ୟାକୁ ବଢାଇଥାଏ । ଫଳରେ ଏଥିପାଇଁ ଆପଣଙ୍କୁ ମେଡିକାଲ ମଧ୍ୟ ଯିବାକୁ ପଡିପାରେ ।

ଆଖି ପୋଡାଜଳା:ଆଖି ପୋଡାଜଳା କରୁଥିବା ବ୍ୟକ୍ତିମାନେ ବାଇଗଣ ଭଜା କିମ୍ବା ଭର୍ତା ସେବନ କରିବା କ୍ଷତିକାରକ ହୋଇଥାଏ । କାରଣ ଏହା ଅଖି ଦରଜ ପୋଡା ଜଳା ସମସୟାକୁ ବଢାଇ ଦେଇଥାଏ । କିଛି କ୍ଷେତ୍ରରେ ବାଇଗମ ସେବନ କରିବା ଦ୍ୱାରା ବ୍ୟକ୍ତିର ଦୃଷ୍ଟି ଶକ୍ତି ମଧ୍ୟ କମ ହୋଇଯାଏ । ତେଣୁ ପେରି ସମସ୍ୟା ଥିବା ବ୍ୟକ୍ତିମାନେ ବାଓଇଗଣ ସେବନ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

Get real time updates directly on you device, subscribe now.