fbpx

ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି

ଭୁବନେଶ୍ୱର, ୨୨/୮(ଓଡିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷ ଲାଗି ରହିଛି। ଲଗାଣ ବର୍ଷା ଫଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାସହ  ବୈତରଣୀର ଶାଖା ନଦୀ କାଣୀ ଫୁଲିବାରେ ଲାଗିଛି।ଅନ୍ୟପଟେ ଦଶରଥପୁରର କଣ୍ଟାପଡା ନିକଟ ପୋଲରେ ୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଦୁର୍ବଳ ନଦୀବନ୍ଧ ଯୋଗୁଁ ବାରମ୍ବାର ଘାଇ ସୃଷ୍ଟି ହେଉଛି । 

ଏହାସହ ସମ୍ବଲପୁର ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ ଖୋଲିଛି। ବର୍ତ୍ତମାନ ଜଳଭଣ୍ଡାରର ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୦୬ ଫୁଟ୍ । ସେକେଣ୍ଡକୁ ୩ଲକ୍ଷ ୫୮୨ କ୍ୟୁସେକ ଜଳ ପ୍ରବେଶ କରୁଛି। 

 

Get real time updates directly on you device, subscribe now.