fbpx

ଅଳିଆ ଗଦାରୁ ଆସିଛି ଏହି ଜୋତା, ଦାମ୍ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ଆଜିକାଲି ଫ୍ୟାଶନ ନାଁରେ ଆମକୁ ଦିନକୁ ଦିନ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ଦେଖିବାକୁ ମିଳୁଛି । କେତେବେଳେ ଏଭଳି ଜିନିଷ ଦେଖିବାକୁ ମିଳେ ଯେ ଯାହା ଉପରେ ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ, ଯେ କେହି ଏହାକୁ ପିନ୍ଧୁଥିବେ! ଲକ୍ଜୁରୀ ଫ୍ୟାସନ ବ୍ରାଣ୍ଡ ବେଲେନ୍ସିୟାଗାର ଏଭଳି ଏକ ଜୋତା କଲେକ୍ସନ ସାମ୍ନାକୁ ଆସିଛି ଯାହାକୁ ଦେଥିଲେ ଆପଣ ବି ନିଶ୍ଚୟ ଦ୍ୱନ୍ଦ୍ୱରେ ପଡ଼ିଯିବେ ଯେ ଏହାକୁ କୌଣସି ଅଳିଆ ଗଦାରୁ ଉଠାଯାଇଛି ।

ବେଲେନ୍ସିୟାଗା ର ଏହି କଲେକ୍ସନର ନାମ ‘ପ୍ୟାରିସ ସ୍ନିକର୍ସ’ ରହିଛି । ଏହି ସ୍ପାନିଶ ଫ୍ୟାସନ ବ୍ରାଣ୍ଡ ନିଜର ଅଦ୍ଭୁତ କଲେକ୍ସନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେବଳେ ସ୍ୱେଟର ତ’ କେତେବେଳେ ବେଲ୍ଟ ନାମରେ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଆଉ ଏଥର ଏହି ଜୋତାକୁ ନେଇ ଚର୍ଚ୍ଚାରେ ରହିଛି । ଯାହା ଦେଖିବାକୁ ଜୋତା କମ୍ ପୂରା ଅଳିଆ ।

ଆଉ ବଡ଼ କଥା ଏହି ଜୋତା ଅଲଗା ଅଲଗା ରଙ୍ଗରେ ଉପଲବ୍ଧ ଏବଂ ଏହାର ଦାମ ୩୮,୨୦୮ ଏବଂ ୪୮,୨୪୩ ରହିଛି । ଯଦି କାହାକୁ ଅଧିକ ଚିରା ଫଟା ଜୋତା ଦରକାର ତେବେ ତାଙ୍କୁ ୧ ଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାର ସବୁଠୁ ଶସ୍ତା ଜୋତାର ଦାମ୍ ହିଁ ହେଉଛି ୩୮,୨୦୮ ଟଙ୍କା । ଜୋତାର ରବରଠାରୁ ଆରମ୍ଭ କରି କାନଭାସ ସବୁ ଚିରାଫଟା । ଫ୍ୟାସନ ବ୍ରାଣ୍ଡର କହିବା ଅନୂଯାୟୀ ଏହି କଲେକ୍ସନ ଜରିଆରେ କ୍ଲାସିକ ଡିଜାଇନକୁ ପୁଣିଥରେ ରିଟୁଲ କରାଯାଇଛି ।

ତେବେ ଏହି ଅଦ୍ଭୁତ କଲେକ୍ସନ ଆମେରିକା ଏବଂ ମିଡିଲ ଇଷ୍ଟ ଦେଶରେ ମିଳୁଛି । ଇଣ୍ଟରନେଟରେ ଲୋକମାନେ ଏହାର ମିମ୍ସ କରିବାରେ ଲାଗିଛନ୍ତି ଏବଂ ମଜା ନେଉଛନ୍ତି । ପୂର୍ବରୁ ବି ବେଲେନ୍ସିୟାଗା ଫଟା ସ୍ୱେଟର ଲକ୍ଷରେ ବିକିଥିଲା । ଏବେ ଆପଣ ହିଁ କୁହନ୍ତୁ ଯଦି ଫଟା ପୁରୁଣା ଜୋତା ପିନ୍ଧିବାର ଅଛି ତେବେ ନୂଆ କାହିଁକି କିଣିବା?

Get real time updates directly on you device, subscribe now.