fbpx

ଶିବସେନା ନିର୍ବାଚନ ଚିହ୍ନ ଧନୁ-ତୀର ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଶିବସେନା ଦଳୀୟ ଚିହ୍ନକୁ ନେଇ ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ବ୍ରେକ୍ ଲଗାଇଛନ୍ତି ନିର୍ବାଚନ କମିଶନ। ଶିବସେନାର ନିର୍ବାଚନୀ ଚିହ୍ନ ଉପରେ ନିର୍ବାଚନ କମିଶନ ରୋକ ଲଗାଇଛନ୍ତି। ତେଣୁ ଆଗାମୀ ଉପନିର୍ବାଚନରେ ଉଦ୍ଦବ ଠାକରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠି କାହାକୁ ମଧ୍ୟ ଧନୁ ତୀର ଚିହ୍ନ ବ୍ୟବହାର କରିବାକୁ ଅନୁମତି ମିଳିନାହିଁ। ଉଭୟେ ଅଲଗା ଅଲଗା ଚିହ୍ନରେ ନିର୍ବାଚନ ଲଢିବେ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ସୋମବାର ସୁଦ୍ଧା ଉଭୟ ଗୋଷ୍ଠୀ ଅନ୍ଧେରୀ ପୂର୍ବ ଉପ-ନିର୍ବାଚନରେ କେଉଁ ଚିହ୍ନ ବ୍ୟବହାର କରିବେ ତାହା ଜଣାଇବାକୁ ପଡ଼ିବ। ଉଭୟ ଗୋଷ୍ଠୀ ଦ୍ୱାରା ମନୋନୀତ ହୋଇଥିବା ନିର୍ବାଚନ ପ୍ରତୀକ ସହିତ ସେମାନଙ୍କୁ ଏହି ଉପ-ନିର୍ବାଚନ ଲଢିବେ। ଏହା ସହିତ ନିର୍ବାଚନ ଅୟୋଗ କହିଛନ୍ତି ଯେ, ୨୫ ଜୁନ୍ ୨୦୨୨ରେ ଶନିଲ ଦେସାଇ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ କିଛି ବିଧାୟକଙ୍କୁ ଧରି ଦଳୀୟ ବିରୋଧୀ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ସେହି ସମୟରେ ସେ ଶିବସେନା କିମ୍ବା ବାଲାସାହେବଙ୍କ ନାମ ବ୍ୟବହାରକରି କୋଣସି ନୁତନ ପାର୍ଟି ଗଠନକୁ ବିରୋଧ କରିଥିଲେ।

Get real time updates directly on you device, subscribe now.