fbpx

ପରଲୋକରେ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ରନ ସ୍କୋରର ବନ୍ଦୁଲା ୱର୍ଣ୍ଣପୁରା

ନୂଆଦିଲ୍ଳୀ: ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ଟେଷ୍ଟରେ ଅଧିନାୟକ ରହିଥିବା ବନ୍ଦୁଲା ୱର୍ଣ୍ଣପୁରା ସୋମବାର ପ୍ରାଣ ହରାଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିବା ତଥା ନେତୃତ୍ୱ ନେଇଥିବା ବନ୍ଦୁଲା ଦେଶ ପକ୍ଷରୁ ୪ଟି ଟେଷ୍ଟ ଓ ୧୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।
ଏହି ଓପ୍ନର ଜଣଙ୍କ ପ୍ରଥମ ଟେଷ୍ଟରେ ଅଧିନାୟକ ହେବା ପୂର୍ବରୁ ଦୁଇ ଦୁଇଟି ବିଶ୍ୱକପ ଖେଳି ସାରିଥିଲେ । ୧୯୭୯ ବିଶ୍ୱକପରେ ଭାରତ ବିପକ୍ଷ ବିଜୟୀ ଦଳର ଅଧିନାୟକ ରହିଥିବା ବେଳେ ୧୯୮୨ରେ ପାକିସ୍ତାନ ବିପକ୍ଷରେ ୭୭ ରନ ସଂଗ୍ରହ କରିଥିଲେ । ୧୯୮୨ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳର ନେତୃତ୍ୱ ନେଇଥିବା ବେଳେ ଦଳ ପକ୍ଷରୁ ଟେଷ୍ଟରେ ପ୍ରଥମ ବଲ୍ ଖେଳିବାର ସୌଭାଗ୍ୟ ହାସଲ କରିଥିଲେ । ଏହା ସହିତ ଶ୍ରୀଲଙ୍କା ପକ୍ଷରୁ ପ୍ରଥମ ରନ ସ୍କୋର ମଧ୍ୟ କରିଥିଲେ ବନ୍ଦୁଲା ।

Get real time updates directly on you device, subscribe now.