fbpx

ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୂରାଇଲେ ବୋତଲ, ଭିଡିଓ ବି ଭାଇରାଲ୍ କଲେ: ଏବେ ପୁଲିସ୍ ଘୋଷଣା କରିଛି ପୁରସ୍କାର, ପଢ଼ନ୍ତୁ ପୂରା ଖବର

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୁଲିସ୍ ବାଂଲାଦେଶୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଏବଂ ଅତ୍ୟାଚାର କରିବା ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିମଧ୍ୟରେ ଦୁଇ ଜଣ ମହିଳା ମଧ୍ୟ ସାମିଲ ଥିବା ବେଳେ ୧୧ଜଣ ବାଂଲାଦେଶୀ ନାଗରିକ ରହିଛନ୍ତି । ଏହି ମାମଲା ସାମନାକୁ ଆସିବା ପରେ ପୁଲିସ୍ ତତ୍ପରତାର ସହିତ କେସ୍ କୁ ସମାଧାନ କରୁଛି । ଏମିତିକି ୫ ସପ୍ତାହ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବେଙ୍ଗାଲୁରୁ କମିଶନର୍ ଯାଞ୍ଚ ଟିମକୁ ଏକ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

ତେବେ ଏହି ଗଣଦୁଷ୍କର୍ମ ଚଳିତ ବର୍ଷ ହିଁ ଘଟିଥିଲା । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା । ଏଥିରେ ଅଭିଯୁକ୍ତ ମାନେ ପୀଡିତାଙ୍କ ଗୁପ୍ତାଙ୍ଗରେ ଗଣଦୁଷ୍କର୍ମ ପରେ ବୋତଲ ପୁରାଉଥିବା ଦେଖିବାକୁ ମିଳିଥିଲା । ପୀଡିତା ଜଣଙ୍କ ୨୨ ବର୍ଷର ହୋଇଥିବା ପୁଲିସ୍ ସୁତ୍ରରୁ ଜଣାପଡ଼ିଥିଲା ।

ପୁଲିସ୍ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ପୀଡ଼ିତା ଜଣକ ମାନବ ଚାଲାଣ ଦ୍ୱାରା ତିନିବର୍ଷ ତଳେ ବାଂଲାଦେଶରୁ ଅଣାଯାଇଥିଲା । ତେବେ ଏହି ଚାଲାଣକାରୀ ଗ୍ୟାଙ୍ଗ ବାଂଲାଦେଶ ବ୍ୟତୀତ ଭାରତର ଅନେକ ରାଜ୍ୟରେ ସକ୍ରିୟ ରହିଛନ୍ତି । ଏହି ପୀଡ଼ିତାଙ୍କୁ ବାଂଲାଦେଶରୁ ଅଣାଯାଇ ବେଙ୍ଗାଲୁରୁରେ ବେଶ୍ୟାବୃତ୍ତିର କଳା ସାମ୍ରାଜ୍ୟରେ ନିୟୋଜିତ କରାଯାଇଥିଲା ।

ସୂଚନାଯୋଗ୍ୟ, ମେ’ ମାସରେ ପୀଡ଼ିତାଙ୍କ ସହିତ ଟଙ୍କାକୁ ନେଇ ଝଗଡ଼ା ହୋଇଥିଲା । ଆଉ ଏହାପରେ ସେମାନେ ଗଣଦୁଷ୍କର୍ମ କରିଥିଲେ । ପୁଲିସ୍ କହିବାନୁସାରେ ସେମାନେ ସମସ୍ତେ ବାଂଲାଦେଶରୁ ହୋଇଥିବା ଜଣାପଡ଼ିଛି । ଟଙ୍କା ଦେବା ନେବା କଥାକୁ କେନ୍ଦ୍ରକରି ସେମାନେ ପୀଡିତାଙ୍କ ସହିତ ଏପରି ବର୍ବତତା କରିଥିବା ଜଣାପଡ଼ିଛି । ଏନେଇ ପୁଲିସ୍ କମିଶନର୍ କମଲ୍ ପନ୍ତ ଟୁଇଟର୍ ରେ କହିଛନ୍ତି ଯେ, ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି । ଖୁବ୍ କମ୍ ସମୟରେ ଅଭିଯୁକ୍ତ ମାନଙ୍କୁ ଧରାଯିବାରେ ତଦନ୍ତକାରୀ ଟିମ୍ ସଫଳ ହୋଇଥିବାରୁ ପୁଲିସ୍ କମିଶନର୍ ଟିମ୍ କୁ ପ୍ରଶଂସା କରିଛନ୍ତି ଏବଂ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

 

Get real time updates directly on you device, subscribe now.