fbpx

(Video) ଗାନ୍ଧୀ ପରିବାରକୁ ଆଲିଙ୍ଗନ କରି ସ୍ୱାଗତ କଲେ ଶେଖ ହସୀନା, ଭେଟିବା ପରେ ରାହୁଲ ଗାନ୍ଧୀ କଲେ ଏହି ଟ୍ୱିଟ

ନୂଆଦିଲ୍ଲୀ: ବାଲାଂଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ସୋମବାର ଦିନ ସୋନିଆ ଗାନ୍ଧୀ ଭେଟିଛନ୍ତି । କଂଗ୍ରେସ ସଂସଦୀୟ ଦଳର ଚେୟାରପର୍ସନ ସୋନିଆ ଗାନ୍ଧୀଙ୍କ ସହ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଥିଲେ । ଦୁଇ ଦେଶର ନେତାମାନେ ଜଣେ ଅନ୍ୟ ଜଣଙ୍କୁ ଆଲିଙ୍ଗନ କରି ଭେଟିଛନ୍ତି । ଏହି ଭେଟିବାକୁ ନେଇ ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି ଯେ, ଆମେ ଭାରତ ଏବଂ ବାଲାଂଦେଶ ମଧ୍ୟରେ ବିଶ୍ୱାସ, ସହଯୋଗ ଏବଂ ନିଜ ମଧ୍ୟରେ ବିକାଶ ପ୍ରତି ପ୍ରତିବଦ୍ଧତା ଉପରେ ଆଧାରିତ ସ୍ୱାଭାବିକ ବନ୍ଧନକୁ ଆହୁରି ଦୃଢ କରିବା ପାଇଁ ଅନେକ ବିଷୟରେ ଆଲୋଚନା କରାଯାଇଛି ।

ଶେଖ ହସୀନା ପିଏମ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ଶପଥ ସମାରୋହରେ ସାମିଲ ହେବା ପାଇଁ ଭାରତ ଆସିଛନ୍ତି । ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ପରେ ସୋମବାର ଦିନ ଶେଖ ହସୀନାଙ୍କୁ ସୋନିଆ ଗାନ୍ଧୀ ଭେଟିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଦେଖିବା ମାତ୍ରେ ଶେଖ ହସୀନା ଖୁସିରେ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି । ଏହାପରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଲିଙ୍ଗନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି ।

ବାଲଂଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଏବଂ ଗାନ୍ଧୀ ପରିବାର ମଧ୍ୟରେ ଘନିଷ୍ଠ ସଂପର୍କ ରହିଛି । ଯେତେବେଳେ ବାଲାଂଦେଶରେ ଶେଖ ହସୀନାଙ୍କ ପରିବାର ବିପଦରେ ଥିଲା ସେହି ସମୟରେ ତତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ପରିବାରର ଜୀବନ ବଞ୍ଚାଇଥିଲେ ଏବଂ ଆଶ୍ରୟ ମଧ୍ୟ ଦେଇଥିଲେ ।

Get real time updates directly on you device, subscribe now.