fbpx

(Video) ‘ବହୁତ ବେସୁରା ଗାଉଛ, ଗୀତ ବନ୍ଦ କର’, ସୋସିଆଲ ମିଡିଆ ଷ୍ଟାରଙ୍କୁ ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଷ୍ଟାର ହିରୋ ଆଲୋମ ନିଜ ବେସୁରା ଗୀତ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି । ପୋଲିସ ତାଙ୍କୁ ଗିରଫ କରିଛି । ଥାନାରେ ବନ୍ଦ ରଖାଯିବା ସହ ୮ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । କେବଳ ଏତିକି ନୁହେଁ, ବରଂ ପୋଲିସ ତାଙ୍କୁ କେବେବି କ୍ଲାସିକାଲ ଗୀତ ନଗାଇବାକୁ କହିଛି । ସିଙ୍ଗର ଏହାକୁ ଅଧିକ ବେସୁରା କରି ଗାଇଥିବା ଶୁଣିବାକୁ ମିଳିଛି । ଖୋଦ୍ ହିରୋ ଆଲୋମ ନ୍ୟୁଜ୍ ଏଜେନ୍ସିରେ ଏହି କଥା କହିଛନ୍ତି ।

ତେବେ ଆଲୋମ ବାଂଲାଦେଶରେ ରହୁଥିବା ବେଳେ ଫେସବୁକରେ ତାଙ୍କର ପ୍ରାୟ ୨୦ ଲକ୍ଷ ଲୋକ ଫଲୋର୍ସ ଅଛନ୍ତି । ସେହିପରି ୟୁଟ୍ୟୁବରେ ତାଙ୍କର ୧୪ ଲକ୍ଷରୁ ଅଧିକ ସବ୍ସକ୍ରାଇବର ଅଛନ୍ତି । ନିଜକୁ ସିଙ୍ଗର, ମଡେଲ ତଥା ମଡେଲ କହୁଥିବା ଆଲୋମଙ୍କ ଭିଡିଓକୁ ସୋସିଆଲ ମିଡିଆରେ ବହୁତ ଲୋକ ମଧ୍ୟ ଦେଖୁଛନ୍ତି । ନିଜ ଗାଇବା ଷ୍ଟାଇଲ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ।
କିନ୍ତୁ ଗତ ସପ୍ତାହରେ ସେ ନିଜ ନିଜର ଏହି ଷ୍ଟାଇଲ ଯୋଗୁଁ ସମସ୍ୟାରେ ପଡିଛନ୍ତି ।

ଲୋକମାନେ ଅଭିଯୋଗ କରିଥିଲେ କି, ସେ ବହୁତ ଖରାପ ଗାଉଛନ୍ତି ଓ କ୍ଲାସିକାଲ ଗୀତକୁ ଏପଟସେପଟ କରି ଗାଉଛନ୍ତି । ହିରୋ ଆଲୋମଙ୍କ କହିବା ମୁତାବକ, ଗତ ସପ୍ତାହରେ ପୋଲିସ ତାଙ୍କୁ ମାନସିକ ଭାବରେ ନିର୍ଯ୍ୟାତନରା ଦେଇଛି । ପୋଲିସ ତାଙ୍କୁ କ୍ଲାସିକାଲ ଗୀତ ଗାଇବାକୁ ମନା କରିଛି । ତମ ଗୀତ ବହୁତ ବେସୁରା ବୋଲି ମଧ୍ୟ ପୋଲିସ କହିଛି । ଶେଷରେ ଆଲୋମ ଏକ କ୍ଷମାପତ୍ରରେ ଦସ୍ତଖତ ମଧ୍ୟ କରିଥିଲେ ବୋଲି ଜଣାପଡିଛି । ପୋଲିସ ତାଙ୍କୁ ସକାଳ ୬ଟାରେ ଗିରଫ କରି ଥାନାରେ ପାଖାପାଖି ୮ ଘଣ୍ଟା ଧରି ବସାଇଥିଲା । ଆଉ ରବୀନ୍ଦ୍ର ଓ ନଜରୁଲଙ୍କ ଗୀତ କାହିଁକି ଗାଉଛୁ ବୋଲି ପ୍ରଶ୍ନ କରିଥିଲା ।

ଏନେଇ ପୋଲିସ ଅଧିକାରୀ ହାରୁନ୍ ଓର ରଶିଦ କହିଛନ୍ତି, ଗୀତ ଗାଇବା ପାଇଁ ଓ ବିନା ଅନୁମତିରେ ପୋଲିସ ବର୍ଦ୍ଦି ପିନ୍ଧିଥିବାରୁ ଆଲୋମ୍ କ୍ଷମା ମାଗିଛନ୍ତି । ଆମକୁ ତାଙ୍କ ବିରୋଧରେ ଅଭିଯୋଗ ମିଳିଥିଲା । ସେ ଟ୍ରାଡିସନାଲ ଗୀତର ଷ୍ଟାଇଲକୁ ପୂରା ବଦଳାଇଦେଇଥିଲେ । ହିରୋ ଆଲୋମ୍ ଆଗକୁ ଆଉ ସେମିତି ଭୁଲ ଭାଲ ଗୀତ କେବେ ବି ଗାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ପୋଲିସ କହିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.