fbpx

ବ୍ୟାଙ୍କ ଓ ଟିକସଦାତାଙ୍କୁ ଆଶ୍ୱସ୍ତି: ଏଣିକି ଲୋନ ସେଟଲମେଣ୍ଟ ଉପରେ ଦେବାକୁ ପଡ଼ିବନି ୧୦ ପ୍ରତିଶତ TDS

ନୂଆଦିଲ୍ଲୀ: ବ୍ୟାଙ୍କ ଓ ଟିକସଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଣିକି ଲୋନ ସେଟଲମେଣ୍ଟ ବେଳେ ଲୋନ ଉପରେ କୌଣସି ପ୍ରକାର ଟିଡିଏସ ଲାଗିବ ନାହିଁ । ଚଳିତ ବଜେଟରେ ଲୋନ ଛାଡ଼ ଉପରେ ଟିଡିଏସ ନିୟମ ଲାଗୁ ହୋଇଥିଲା । ଲୋନ ମାଫ ଯୋଜନାରେ ଯଦି ଥରେ ସେଟଲମେଣ୍ଟ କରାଯାଏ ତେବେ ବ୍ୟାଙ୍କକୁ କୌଣସି ଟିଡିଏସ ଦେବାକୁ ପଡ଼ିବ ନାହିଁ ବୋଲି ଟ୍ୟାକ୍ସ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଲୋନ ସ୍କିମ, ବୋନସ, ରାଇଟସ ଶେୟର ଇସ୍ୟୁ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ ।

ଏହି ନିୟମ ପରିବର୍ତ୍ତନ କରିବା ଅବସରରେ କୁହାଯାଇଛି, କୌଣସି କରଜଦାତାଙ୍କ ଲୋନ ମାଫ ପାଇଁ ୱାନ ଟାଇନ ଲୋନ ସେଟଲମେଣ୍ଟ କରାଗଲେ, ତା’ ଉପରେ ଟିଡିଏସର ନିୟମ ଲାଗୁ ହେବ ନାହିଁ । ସରକାରୀ ଆର୍ଥିକ ସଂସ୍ଥା, ତାଲିକାଭୁକ୍ତ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ରାଜ୍ୟ ଆର୍ଥିକ ନିଗମ, ଡିପୋଜିଟ ଲୋନ ଦେଉଥିବା ଏନବିଏଫସି ଓ ଆସେଟ ରି-କନଷ୍ଟ୍ରକସନ ଫାର୍ମ ସହ ୱାନ ଟାଇନ ସେଟଲମେଣ୍ଟ କରାଗଲେ କୌଣସି ପ୍ରକାରର ଟିଡିଏସ ଲାଗିବ ନାହିଁ । ଯଦି କୌଣସି କମ୍ପାନୀ ଶେୟାର ହୋଲ୍ଡରଙ୍କ ପାଇଁ ବୋନସ ବା ରାଇଟସ ଶେୟାର ଜାରି କରନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ଟିଡିଏସର କୌଣସି ନିୟମ ଲାଗୁ ହେବ ନାହିଁ ।

ସରକାର ଟ୍ୟାକ୍ସ ଚୋରିକି ରୋକିବା ପାଇଁ ସେକ୍ସନ ୧୯୪ଆର ନିୟମ ଆଣିଛନ୍ତି । କୌଣସି ବୈଦ୍ୟୁତିକ କମ୍ପାନୀ ବିଜିନେସ ଲକ୍ଷ୍ୟ ପୂରଣ କରିବା ପାଇଁ ଚାନେଲ ପାର୍ଟନରଙ୍କୁ ଉପହାର ଆକାରରେ ଏଲସିସି ଟେଲିଭିଜନ ପ୍ରଦାନ କରିବା ଏହାର ଏକ ଉଦାହରଣ ଅଟେ । କମ୍ପାନୀ ଏହି ଉପହାରକୁ ନିଜର ଲାଭ ଓ ହାନୀରେ ଦର୍ଶାଇଥାଏ ଓ ଏହା ଇନକମ ଛାଡ଼ ପାଇଁ କ୍ଲେମ କରିଥାଏ ।

Get real time updates directly on you device, subscribe now.