fbpx

ଡିସେମ୍ବରର ପ୍ରଥମଦିନରେ ଗ୍ରାହକଙ୍କୁ ବ୍ୟାଙ୍କର ବଡ ଉପହାର! ଶସ୍ତା ହେଲା EMI, ଜାଣନ୍ତୁ କେତେ?

ଡିସେମ୍ବର ମାସର ପ୍ରଥମ ଦିନରେ ଗ୍ରାହକମାନଙ୍କ ପାଇଁ ବଡ ଉପହାର ଆଣି ଦେଇଛି ସିଏସବି ବ୍ୟାଙ୍କ । ବ୍ୟାଙ୍କ ୬ ମାସର ଅବଧି ଥିବା ଋଣର ଏମସିଏଲଆରକୁ ୦.୧୦ ପ୍ରତିଶତ ହ୍ରାସ କରିଛି । ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ଏନେଇ ସୂଚନା ଦିଆଯାଇଛି । ୧ ଡିସେମ୍ବର ୨୦୨୦ ଅର୍ଥାତ୍ ଆଜିଠାରୁ ନୂଆ ସୁଧ ହାର ଲାଗୁ ହେବ ବୋଲି ବ୍ୟାଙ୍କ କହିଛି । କିନ୍ତୁ ଗୋଟିଏ ବର୍ଷ ପାଇଁ ନିଆଯାଉଥିବା ଲୋନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗୋଟିଏ ବର୍ଷ ପାଇଁ ଲୋନ୍ ନେଉଥିବା ଗ୍ରାହକଙ୍କ ପାଇଁ ସୁଧ ହାର ୯.୫୦ ପ୍ରତିଶତ ରହିଛି ।

ତେବେ ଗୋଟିଏ ଦିନରୁ ୬ ମାସର ପର୍ଯ୍ୟନ୍ତ ଲୋନ ଉପରେ ସୁଧ ହାର ୭.୭୦ରୁ ୮.୫୦ ପ୍ରତିଶତ ମଧ୍ୟରେ ରହିବ ।

ଗୋଟିଏ ରାତି ପାଇଁ ଏମସିଏଲଏଆର- ୭.୭୦%

ଗୋଟିଏ ମାସ ପାଇଁ ଏମସିଏଲଏଆର- ୭.୮୦%

୩ ମାସ ପାଇଁ ଏମସିଏଲଏଆର- ୮.୧୦%

୬ ମାସ ପାଇଁ ଏମସିଏଲଏଆର- ୮.୫୦%

ଗୋଟିଏ ବର୍ଷ ପାଇଁ ଏମସିଏଲଏଆର- ୯.୫୦%

Get real time updates directly on you device, subscribe now.