fbpx

ଏହି ସପ୍ତାହରେ ଲଗାତାର ୬ ଦିନ ବନ୍ଦ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ: ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭ ହୋଇସାରିଥିବା ବେଳେ ଚଳିତ ମାସରେ ବ୍ୟାଙ୍କଗୁଡିକ ଅଧିକ ଦିନ ପାଇଁ ବନ୍ଦ ରହିବ । ଏହି ମାସରେ ମୋଟ ୧୮ ଦିନ ବ୍ୟାଙ୍କଗୁଡିକ ବନ୍ଦ ହେବାକୁ ଯାଉଛି। କେବଳ ଏତିକି ନୁହେଁ ଅନେକ ଛୁଟିଦିନ ଲଗାତାର ପଡୁଛି । ଏହି କ୍ରମରେ ଚଳିତ ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କଗୁଡିକ ୬ ଦିନ ବନ୍ଦ ରହିବ। ଏପରି ପରିସ୍ଥିତିରେ ଯଦି ଅଗଷ୍ଟ ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କମା ଅଛି, ତେବେ ଏହି ଖବରଟି ନିଶ୍ଚିତ ପଢ଼ନ୍ତୁ । ଅଗଷ୍ଟ ୨୦୨୨ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଛୁଟିଦିନର ଲିଷ୍ଟ ପ୍ରକାଶ କରିଛି । ଆସନ୍ତୁ ଦେଖିବା ଲିଷ୍ଟ୍

ବ୍ୟାଙ୍କଗୁଡିକ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ-

ଅଗଷ୍ଟ ୮: ମହରମ (J&K ରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୯: ମହରମ (ଅଗରତାଲା, ଅହମ୍ମଦାବାଦ, ଆଇଜଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ , ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କ୍‌ ବନ୍ଦ)
ଅଗଷ୍ଟ ୧୧ : ରାକ୍ଷୀ ପୂର୍ଣ୍ଣିମା (ସବୁସ୍ଥାନରେ ଛୁଟି ଦିନ )
ଅଗଷ୍ଟ ୧୨ : ରାକ୍ଷୀ ପୂର୍ଣ୍ଣିମା (କାନପୁର-ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୩ : ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି) ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ଅଗଷ୍ଟ ୧୪ : ରବିବାର (ସାପ୍ତାହିକ ଛୁଟି ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ହେବ) ।

ସମ୍ପୂର୍ଣ୍ଣ ଲିଷ୍ଟ :-

ଅଗଷ୍ଟ ୧ : ଦ୍ରୁପକା ସି-ଜେ (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୭: ପ୍ରଥମ ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୮: ମହରମ (J&K ରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୯: ମହରମ (ଅଗରତାଲା, ଅହମ୍ମଦାବାଦ, ଆଇଜଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ , ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କ୍‌ ବନ୍ଦ)
ଅଗଷ୍ଟ ୧୧ : ରାକ୍ଷୀ ପୂର୍ଣ୍ଣିମା (ସବୁସ୍ଥାନରେ ଛୁଟି ଦିନ )
ଅଗଷ୍ଟ ୧୨ : ରାକ୍ଷୀ ପୂର୍ଣ୍ଣିମା (କାନପୁର-ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୩ : ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୪ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୫ : ସ୍ୱାଧୀନତା ଦିବସ
ଅଗଷ୍ଟ ୧୬ : ପାର୍ସୀ ନୂତନ ବର୍ଷ (ମୁମ୍ବାଇ- ନାଗପୁରରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୮ : ଜନ୍ମାଷ୍ଟମୀ ( ଛୁଟିଦିନ)
ଅଗଷ୍ଟ ୧୯ : ଜନ୍ମାଷ୍ଟମୀ / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗ୍ୟାଙ୍ଗଟକ, ଜୟପୁର, ଜମ୍ମୁ, ପାଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୨୦ : କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦ)
ଅଗଷ୍ଟ ୨୧ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୭ : ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୮ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୯ : ଶ୍ରୀମନ୍ତ ଶଙ୍କରଦେବ ତିଥି (ଗୁଆହାଟି)
ଅଗଷ୍ଟ ୩୧: ଗଣେଶ ଚତୁର୍ଥୀ (ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ)

Get real time updates directly on you device, subscribe now.