fbpx

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିନିଅନ୍ତୁ ବ୍ୟାଙ୍କ କାମ

ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବ୍ୟାଙ୍କ କାମ ବାକି ରହିଛି ତେବେ ଶୀଘ୍ର ସାରିନିଅନ୍ତୁ, କାରଣ ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବରରେ ଦୀପାବଳି, ଧନତେରସ, ଗୁରୁ ନାନକ ଜୟନ୍ତୀ ଭଳି ବଡ଼ ପର୍ବ ମଧ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ମଧ୍ୟ ବ୍ୟାଙ୍କମାନଙ୍କ ପାଇଁ ଛୁଟି ଜାରି କରିଛନ୍ତି, ସମୁଦାୟ ୧୭ ଦିନ ବନ୍ଦ ରହିବ ଆବଶ୍ୟକ । ଅବଶ୍ୟ ୧୭ ଦିନ ଦେଶର ସବୁ ବ୍ୟାଙ୍କରେ ଏକାସାଙ୍ଗରେ ଛୁଟି ହେବ ନାହିଁ । କିଛି ରାଜ୍ୟରେ ସେଠାରେ ପାଳନ ହେଉଥିବା ପର୍ବ ଆଧାରରେ ଅତିରିକ୍ତ ଛୁଟି ହେବ । ସୂଚନାଯୋଗ୍ୟ ଆରବିଆଇ ପ୍ରତି ମାସରେ ଛୁଟି ଲିଷ୍ଟ ଜାରି କରିଥାଏ ।

ଆରବିଆଇ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅନୁଯାୟୀ ୧,୩,୪,୫,୬,୧୦,୧୧,୧୨,୧୯,୨୨ ଏବଂ ୨୩ ନଭେମ୍ବର ଛୁଟି ଘୋଷଣା କରିଛନ୍ତି । ଏହା ଛଡ଼ା ନଭେମ୍ବରରେ ୪ଟି ରବିବାର ୭,୧୪,୨୧,୨୮ ଏବଂ ୧୩ ତାରିଖ ଦ୍ୱିତୀୟ ଶନିବାର ଏବଂ ୨୭ ତାରିଖ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ତେବେ ପୂଜା ପର୍ବାଣୀକୁ ମିଶାଇ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ ।

୪ ନଭେମ୍ବରରେ ଦୀପାବଳିରେ ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏହା ଛଡ଼ା ଅନ୍ୟ ରାଜ୍ୟରେ ସ୍ଥାନୀୟ ପର୍ବପର୍ବାଣୀ ଅନୁଯାୟୀ ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.