fbpx

ଆଜିଠାରୁ ବଦଳିଯିବ ବ୍ୟାଙ୍କିଂ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ: ଆଜିଠାରୁ ବ୍ୟାଙ୍କିଂ ନିୟମରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୂର୍ବରୁ ଟାଇମ୍ ପିରିୟଡ୍ ଜାରି କରାଯାଇଥିଲା । ତେବେ ଆଜିଠାରୁ ବ୍ୟାଙ୍କିଂ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବା ଫଳରେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ । ତେଣୁ ଏନେଇ ବ୍ୟାଙ୍କିଂ ଗ୍ରାହକମାନେ ଧ୍ୟାନ ଦେବା ଜରୁରୀ ।

୧- ଡିମାଟ ଆକାଉଣ୍ଟ: ଆଜିଠାରୁ ଡିମାଟ ଆକାଉଣ୍ଟ ରୁଲ୍ସରେ ପରିବର୍ତ୍ତନ ଘଟିବ । ଗତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଡିମାଟ ଆକାଉଣ୍ଟଧାରୀଙ୍କ ପାଇଁ ଦୁଇ ଫ୍ୟାକ୍ଟର ପ୍ରାମାଣିକିକରଣ କରିବା ବାଧ୍ୟତାମୂଳକ କରାଯାଇଥିଲା । ତେଣୁ ଯଦି ଆପଣ ଏହା କରିନାହାନ୍ତି ତେବେ ଆଜିଠାରୁ ଆପଣଙ୍କର ଆକାଉଣ୍ଟ ଲଗ୍ ଇନ୍ ହୋଇ ପାରିବ ନାହିଁ ।

୨- ଅଟଳ ପେନସନ୍ ଯୋଜନା: ଆଜିଠାରୁ ଅଟଳ ପେସନ ଯୋଜନାରେ ଏକ ବଡ଼ଧରଣର ପରିବର୍ତ୍ତନ ହେବ । ନୂଆ ରୁଲ୍ସ ଅନୁଯାୟୀ, ଟ୍ୟାକ୍ସ ଦେଉଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ । ପୂର୍ବରୁ ଟ୍ୟାକ୍ସ ଦେଉଥିବା ଲୋକମାନେ ମାସିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେସନ ପାଉଥିଲେ ।

୩- କାର୍ଡ ଟୋକେନାଇଜେସନ: ଆଜିଠାରୁ ଆରବିଆଇର କାର୍ଡ-ଅନ୍-ଫାଇଲ ଟୋକେନାଇଜେସନ ନିୟମ ଲାଗୁ ହେବ । ଏହି ରୁଲ ଦ୍ୱାରା ଆପଣଙ୍କର କ୍ରେଡିଟ ଓ ଡେବିଟ କାର୍ଡ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିବ । ଯଦି ଆପଣ ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡରେ ଅନଲାଇନ କିମ୍ବା ପଏଣ୍ଟ ଅଫ୍ ସେଲରେ ଟ୍ରାଞ୍ଜାକସନ କରନ୍ତି, ତେବେ ଆପଣଙ୍କର ସମସ୍ତ ଡାଟା ସୁରକ୍ଷିତ ଭାବେ ଏନକ୍ରିପ୍ଟ କାର୍ଡ ମଧ୍ୟରେ ରହିବ । ପୂର୍ବରୁ ଆପଣଙ୍କର କାର୍ଡର ସମସ୍ତ ତଥ୍ୟ କମ୍ପାନୀ ସର୍ଭରରେ ଷ୍ଟୋର ହୋଇ ରହୁଥିଲା ।

Get real time updates directly on you device, subscribe now.