ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ପ୍ରାର୍ଥୀ: କହିଲେ- ପାରିବାରିକ କାରଣରୁ ଲଢ଼ିପାରୁନି

ବାଙ୍କୀପୁର ବିଧାନସଭା ହେଉଛି ବିଜେପିର ସବୁଠାରୁ ସୁରକ୍ଷିତ ଆସନ। ୨୦୧୦ରୁ ୨୦୨୬ ପର୍ଯ୍ୟନ୍ତ ନୀତିନ ନବୀନ ସେଠାରେ ଲଗାତାର ଜିତି ଆସୁଥିଲେ

ପାଟନା:ବାଙ୍କୀପୁର ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ବିଜେପି ପ୍ରାର୍ଥୀ ଅଭିଷେକ କୁମାର ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାକୁ ନେଇ ବିହାର ରାଜନୀତି ଚଳଚଞ୍ଚଳ ହୋଇଛି। ଅଭିଷେକଙ୍କ ସ୍ଥାନରେ ଆଉ କିଏ ପ୍ରାର୍ଥୀ ହେବେ, ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ଅଭିଷେକ କୁମାର କହିଛନ୍ତି; ପାରିବାରିକ କାରଣରୁ ମୁଁ ବିଧାନସଭା ଉପନିର୍ବାଚନ ଲଢ଼ିପାରୁ ନାହିଁ। ମୁଁ ଜଣେ ଦଳୀୟ କର୍ମୀ ଭାବରେ ନିଷ୍ଠାର ସହ ସେବା କରିଚାଲିବି। ମୁଁ ରାଜ୍ୟ ସଭାପତି ସଞ୍ଜୟ ସରାୱଗୀଙ୍କୁ ଏକ ପତ୍ର ହସ୍ତାନ୍ତର କରିଛି।

Uttarakhand Govt.

ସେ କହିଛନ୍ତି; ଭାରତୀୟ ଜନତା ପାର୍ଟି ମତେ ବାଙ୍କୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଭାବରେ ଚୟନ କରିଥିଲା। ସେଥିପାଇଁ ମୁଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛି। ମୁଁ ବିନମ୍ରତାର ସହ ଜଣାଇବାକୁ ଚାହୁଁଛି, ପାରିବାରିକ କାରଣ ଯୋଗୁଁ ବିଧାନସଭା ଉପନିର୍ବାଚନ ଲଢ଼ିପାରୁ ନାହିଁ। ମୁଁ ଜଣେ ଦଳୀୟ କର୍ମୀ ଭାବରେ ନିଷ୍ଠାର ସହ ସେବା କରିଚାଲିବି ବୋଲି ଅଭିଷେକ କୁମାର କହିଛନ୍ତି।

ବାଙ୍କୀପୁର ବିଧାନସଭା ହେଉଛି ବିଜେପିର ସବୁଠାରୁ ସୁରକ୍ଷିତ ଆସନ। ୨୦୧୦ରୁ ୨୦୨୬ ପର୍ଯ୍ୟନ୍ତ ନୀତିନ ନବୀନ ସେଠାରେ ଲଗାତାର ଜିତି ଆସୁଥିଲେ। ୨୦୨୬ରେ ନୀତିନ ନବୀର ବିଜେପି ରାଷ୍ଟ୍ରୀୟ ସଭାପତି ହେବା ପରେ ରାଜ୍ୟସଭାକୁ ଯାଇଛନ୍ତି। ତେଣୁ ସେ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ସେଠାରେ ହେବାକୁ ଯାଉଛି ଉପ ନିର୍ବାଚନ। ମୈଦାନକୁ ଓହ୍ଲାଇଛନ୍ତି ଜଳସ୍ୱରାଜ ପାର୍ଟ ମୁଖ୍ୟ ପ୍ରଶାନ୍ତ କିଶୋର। ସେ ପ୍ରାର୍ଥୀ ହୋଇଛନ୍ତି। ପ୍ରଶାନ୍ତ ମୈଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର ହେବ ବୋଲି ଆକଳନ କରାଯାଉଛି।