fbpx

ବାପୁଜୀ ନଗର ଓ ୟୁନିଟ୍‌-୪ ଆମିଷ ମାର୍କେଟ୍‌କୁ ବନ୍ଦ କଲା ବିଏମ୍‌ସି, ଜୁନ୍ ୨୫ ଯାଏଁ ପଡିବ ତାଲା

ଭୁବନେଶ୍ବର(ଓଡ଼ିଶା ଭାସ୍କର): ରାଜ୍ୟରେ ସାମାନ୍ୟ କଟକଣା କୋହଳ ପରେ କୋଭିଡ୍ ନିୟମ ଭୁଲି ଅକାରଣରେ ବଜାରରେ ଜମାଉଛନ୍ତି ଭିଡ। ବିଭିନ୍ନ ମାକେର୍ଟରେ ଲାଗୁଛି ଗହଳି ଚହଳି। ମହାମାରୀ ସମୟରେ ଜୀବନ ଜୀବିକାକୁ ସୁୁଚାର ରୂପେ ପରିଚାଳନା ପାଇଁ ସରକାର ଆଶିଂକ କଟକଣା ଜାରି କରିଥିଲେ। କିନ୍ତୁ  ଆଜି ରାଜଧାନୀ ଦୁଇଟି ପ୍ରମୁଖ ମାକେର୍ଟରେ କୋଭିଡ୍ ନିୟମ ଉଲ୍ଲଘଂନ ନେଇ ଅଭଯୋଗ ଆସିଥିଲା।  କରୋନା କଟକଣା ଉଲ୍ଲଘଂନ ଅଭିଯୋଗ ପରେ ୟୁନିଟ୍-୪ ଆମିଷ ବଜାର ଓ ବାପୁଜୀ ନଗର ମାକେର୍ଟକୁ ବନ୍ଦ କରିଛି ବିଏମ୍‌ସ୍ ।  ଆସନ୍ତା ୨୫ ତାରଖ ପର୍ଯ୍ୟନ୍ତ ଉଭୟ ମାକେର୍ଟ ବନ୍ଦ ରହିବ। ବାପୁଜୀନଗର ମାକେର୍ଟ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ୍‌ ଗାଇଡଲାଇନ୍‌କୁ ଦଳି ମକଚିବୁଲୁଥିବା ଅମାନିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଭିନ୍ନ ହାଟ ଓ ବଜାର ଜମୁଛି ଭିଡ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଲାଗୁ ହୋଇଥିଲା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ । ହେଲେ କିଛି ଅମାନିଆଙ୍କୁ ଏ ସବୁ ଫରକ ପଡୁନି । ବିନା କୌଣସି କାମରେ ଏମାନେ ଏଣେ ତେଣ ବୁଲିଛନ୍ତି । କୋଭିଡ୍‌ ସଂକ୍ରମଣବେଳେ ଅବହେଳା କଲେ ବିପଦ ବଢ଼ିପାରେ । ଏହାକୁ ରୋକିବା ପାଇଁ ବିଭିନ୍ନ ମାକେର୍ଟରେ ଚଢ଼ଉ ଜାରି ରହିଛି। ଆଜି କରୋନା କଟକଣା ଉଲଂଘନ କରିଥିବାରୁ ବନ୍ଦ ହେଲା ୟୁନିଟ୍‌-୪ ଆମିଷ ମାର୍କେଟ୍‌ ଓ ବାପୁଜି ନଗର ମାକେର୍ଟକୁ ବିଏମ୍‌ସି ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ବାପୁଜୀନଗର ମାକେର୍ଟ କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ ନେଇ ସୂଚନା ଦିଆଯାଇଛି।

Get real time updates directly on you device, subscribe now.