fbpx

ବର ପସନ୍ଦ ନୁହେଁ କହି ବିବାହ ବିଧି ଅଧାରୁ ଉଠିଗଲା କନ୍ୟା, ଖାଲି ହାତରେ ଘରକୁ ଫେରିଗଲା ବର, ପଢ଼ନ୍ତୁ ପୂରା ଘଟଣା କ’ଣ…

ଉତ୍ତରପ୍ରଦେଶର (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ମଣ୍ଡପରେ ବର ପସନ୍ଦ ନ ଆସିବାରୁ ସାତ୍‌ ଫେରେ ପୂର୍ବରୁ କନ୍ୟା ବିବାହ କରିବାକୁ ମନା କରିଦେଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ହୋଇଛି । କୁଲପାହାଡ଼ କୋତୱାଲିର ମୁଢାରି ଗାଁରେ ଘଟଣାଟି ଘଟିଛି ।

ଅଧାରୁ ଅଧିକ ବିବାହ ବିଧି ଶେଷ ହୋଇଥିବାବେଳେ ସାତ୍‌ ଫେରେ ପୂର୍ବରୁ କନ୍ୟା ବିବାହ କରିବାକୁ ମନା କରିଦେବା ଉଭୟ ବର ଓ କନ୍ୟା ପକ୍ଷଙ୍କ ପାଇଁ ଆଶ୍ଚର୍ଯ୍ୟକର ଥିଲା । ସାରା ରାତି ଏହାକୁ ନେଇ ଉଭୟ ପକ୍ଷ ଓ ଗାଁର ବରିଷ୍ଠ ଲୋକଙ୍କ ମଧ୍ୟରେ ପଞ୍ଚାୟତ ଚାଲିଲା । କନ୍ୟା କିନ୍ତୁ ବିବାହ ପାଇଁ ପ୍ରସ୍ତୁତ ହେଲା ନାହିଁ । ପଞ୍ଚାୟତ ସାମ୍ନାରେ ବର ପସନ୍ଦ ନୁହେଁ ବୋଲି କନ୍ୟା କହିବା ପରେ ସକାଳେ ବର ଫେରିଗଲା ।

ଗତ ୨୪ ତାରିଖ ଦିନ ମୁଢାରି ଗାଁର ବାସିନ୍ଦା ଚନ୍ଦନ ପାସୱାନଙ୍କ ଝିଅ ସୁମନଙ୍କ ବିବାହ ସ୍ଥିର ହୋଇଥିଲା । ଝାନ୍‌ସୀ ବାସିନ୍ଦା ଅମିତ ସେ ଦିନ ଧୂମ୍‌ଧାମରେ ବରଯାତ୍ରୀ ସହିତ କନ୍ୟା ଘରେ ପହଞ୍ଚିଲେ । ସେଠାରେ ବରଯାତ୍ରୀଙ୍କର ସ୍ୱାଗତ କରାଗଲା । ଟିକା-ଜୟମାଳା ଆଦି ବିଧି ଶେଷ ହେଲା । ସାତ୍‌ ଫେରେ ବିଧି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କନ୍ୟା ହଠାତ୍‌ ବର ପସନ୍ଦ ନୁହେଁ ବୋଲି କହି ବିବାହ କରିବାକୁ ମନା କରିଦେଲା । ଏହା ଶୁଣି ବରଯାତ୍ରୀ ଓ କନ୍ୟା ପକ୍ଷ ଲୋକେ ଚକିତ ହେଲେ । ଏହା ପରେ ପଞ୍ଚାୟତ ବସିଲା । ଏଭଳି ଘଟଣା ପାଇଁ ଗାଁର ବଦ୍‌ନାମି ହେବ ବୋଲି ସାରା ରାତି ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରାଗଲା । କନ୍ୟାକୁ ପଞ୍ଚାୟତକୁ ଆସିବାକୁ କୁହାଗଲା । କିନ୍ତୁ ବର ପସନ୍ଦ ନ ହେବାରୁ କୌଣସି ପରିସ୍ଥିତିରେ ବିବାହ କରିବାକୁ ସେ ରାଜି ହେଲା ନାହିଁ । ଶେଷରେ ବର ଖାଲି ହାତରେ ଫେରିଗଲା ।

Get real time updates directly on you device, subscribe now.