fbpx

ବାରବାଟୀରେ ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ(ଓଡ଼ିଶା ଭାସ୍କର): ବାରବାଟୀରେ ଟି-ଟ୍ୱେଣ୍ଟି ମ୍ୟାଚ୍ ବନ୍ଦ ନେଇ ହାଇକୋର୍ଟରେ ମାମଲା । ମ୍ୟାଚ୍ ବନ୍ଦ ପାଇଁ ଦାୟକ ହୋଇଛି ଜନସ୍ୱାର୍ଥ ମାମଲା । ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ରାଜ୍ୟ ସରକାର, ବିସିସିଆଇ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଛି । ଷ୍ଟାଡିୟମରେ ଅଗ୍ନି ନିରାପତ୍ତାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ଅଭିଯୋଗ ହୋଇଥିବା ଜଣାପଡିଛି ।

ତେବେ ଆସନ୍ତା ୧୨ ତାରିଖରେ ବାରବାଟୀରେ ରହିଛି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ଏଥିପାଇଁ ଆଜିଠାରୁ ଅନ୍ ଲାଇନ ଟିକେଟ୍ ବିକ୍ରି ଆରମ୍ଭ ହେବ । ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । www.insider.inରେ ଦିନ ୧୧ଟାରୁ ଟିକଟ ବିକ୍ରି ଆରମ୍ଭ ହେବ।

ଅନ୍‌ଲାଇନରେ ମୋଟ ୫୦୦୦ ଟିକଟ ବିକ୍ରି ପାଇଁ ଛଡ଼ାଯାଇଥିଲା ବେଳେ ଟିକେଟ ଶେଷ ହେବା ପର୍ଯ୍ୟନ୍ତ ବିକ୍ରି ଚାଲିବ ବୋଲି ସୂଚନା ଦିଆଯାଇଛି। ଜଣେ ଦର୍ଶକ ସର୍ବାଧିକ ୨ଟି ଟିକଟ କିଣିପାରିବେ । କିଣିବା ପାଇଁ ବୈଧ ଇ-ମେଲ, ମୋବାଇଲ ନମ୍ବର, ସରକାରୀ ପଚିଚୟ ପତ୍ର ରହିବା ବାଧ୍ୟତାମୂଳକ । ୯ରୁ ୧୨ ତାରିଖ ମଧ୍ୟରେ ଦର୍ଶକ ସେମାନଙ୍କ ଅନ୍‌ଲାଇନ୍‌ ବୁକି˚ର କାଗଜ ଦେଖାଇ ଟିକଟ ସଂଗ୍ରହ କରିପାରିବେ ।

ଟିକଟ ସ˚ଗ୍ରହ କରିବାକୁ କଟକର କେମ୍ବ୍ରିଜ ସ୍କୁଲ୍‌ ଓ ଭୁବନେଶ୍ବର ମଞ୍ଚେଶ୍ବର ରେଳବାଇ ଷ୍ଟାଡିୟମ୍‌ ୩ଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି । ଏହାବାଦ୍‌ ଭୁବନେଶ୍ବରରେ ଆଉ ଦୁଇଟି କାଉଣ୍ଟର ଖୋଲାଯିବାକୁ ଓସିଏ ପକ୍ଷରୁ ଯୋଜନା କରାଯାଇଛି । ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏବ˚ ୧୨ ତାରିଖରେ ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକଟ ସ˚ଗ୍ରହ କରାଯିବ ।

Get real time updates directly on you device, subscribe now.