fbpx

ଝିଅଘର ଭାଙ୍ଗିଦେଲେ ନିର୍ବନ୍ଧ: ରାଗରେ ପୁଅ ଘରଲୋକେ କାଟିଦେଲେ କନିଆ ପିତାଙ୍କ ନାକ

ନୂଆଦିଲ୍ଲୀ: ବାହାଘରକୁ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ । କିନ୍ତୁ ବାହାଘର ପାଇଁ ଉପଯୁକ୍ତ ଜୀବନ ସାଥୀ ବାଛିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରଲୋକ ନିଜ ପିଲାଙ୍କ ବାହାଘର ପାଇଁ ଏକ ଭଲ ଜୀବନ ସାଥୀ ବାଛିବା ପାଇଁ ବହୁତ କିଛି କରନ୍ତି । କିନ୍ତୁ ଏହା ପରେ ବି ବେଳେବେଳେ ଅନେକ କାରଣରୁ ସମ୍ପର୍କ ଭାଙ୍ଗିଯାଏ । ଏହାରି ମଧ୍ୟରୁ ରାଜସ୍ଥାନର ବାଡମେରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ନିର୍ବନ୍ଧ ଭାଙ୍ଗିବା କାରଣରୁ ରାଗରେ ଆସି ପୁଅଘର ଲୋକ ଝିଅର ପିତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନାକ କାଟି ଦେଇଛନ୍ତି ।

ସୂଚନା ଅନୁସାରେ, ଏହି ମାମଲା ବାଡ଼ମେର ଶିବ ପୋଲିସ ଷ୍ଟେସନ ଅଞ୍ଚଳର ଝାପାଲି ଗାଁରେ ଘଟିଛି । ଗତ ବୁଧବାର ଦିନ ପୁଅର ପରିବାର ସଦସ୍ୟ ଝିଅର ବାପାଙ୍କ ଉପରେ ଆକ୍ରମଣ କରିଥିଲେ । ପୋଲିସ କହିଛି ଯେ, ପୀଡିତା କମଲ ସିଂ ଭାଟିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କମଲ ସିଂ ଭାଟି ପୋଲିସକୁ କହିଛନ୍ତି ଯେ, ସେ ନିଜ ଝିଅର ନିର୍ବଦ୍ଧ ଏପରି ପରିବାର ସହ କରିଥିଲେ, ଯେଉଁଠାରେ ତାଙ୍କ ଭାଣେଜୀର ବିବାହ ପୂର୍ବରୁ ହୋଇସାରିଥିଲା । ସେ ଅଭିଯୋଗ କରିଛନ୍ତି କି, ତାଙ୍କ ଭାଣେଜିଙ୍କୁ ନିଜ ଶଶୁରଘର ଲୋକ ହତ୍ୟା କରିଥିଲେ । ଏହି କାରଣ ଯୋଗୁଁ କିଛି ଦିନ ପୂର୍ବରୁ ସେ ନିଜ ଝିଅର ନିର୍ବନ୍ଧ ଭାଙ୍ଗି ଦେଇଥିଲେ ।

ପୋଲିସର କହିବା ମୁତାବକ, ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ବାଡ଼ି ଓ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ନାକ କାଟି ଦେଇଥିଲେ । ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି ।

Get real time updates directly on you device, subscribe now.