ଜ୍ଵର ସମୟରେ ଗାଧୋଇଲେ ହୋଇଥାଏ ଅନେକ ଫାଇଦା, ଜାଣନ୍ତୁ…

ଡାକ୍ତରଙ୍କ କହିବା ଅନୁସାରେ, ଜ୍ଵର ସମୟରେ ଗାଧୋଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା

ଓଡିଶା ଭାସ୍କର: ଜ୍ୱର ସମୟରେ ଗାଧୋଇଲେ ଶରୀରକୁ ମିଳିଥାଏ ଅନେକ ଫାଇଦା। ପ୍ରାୟତଃ ଲୋକଙ୍କ ମନରେ ଥାଏ ଜ୍ୱରରେ ଗାଧୋଇବା ଉଚିତ କି ନୁହେଁ। କେହି କେହି କହିଥାନ୍ତି ଜ୍ୱରରେ ଗାଧୋଇବା ଦ୍ୱାରା ଅବସ୍ଥା ଆହୁରି ଖରାପ ହୋଇଯାଏ ତ ଆଉ କେହି କେହି କହିଥାନ୍ତି କି ଜ୍ଵର ସମୟରେ ଗାଧୋଇଲେ ଶରୀରକୁ ଆରମ ମିଳିଥାଏ।

ଜ୍ୱରରେ ଗାଧୋଇବା ଉଚିତ କି ନୁହେଁ? ସାଧାରଣତଃ ପାଗ ପରିବର୍ତ୍ତନ ହେଲେ ଜ୍ୱର ସମସ୍ୟା ଦେଖାଦେଇଥାଏ। ଯେତେବେଳେ ଲୋକଙ୍କୁ ଜ୍ୱର ହୁଏ, ସେମାନଙ୍କ ଶରୀର ଗରମ ହୋଇଯାଏ ଏବଂ ଅନେକ ଲୋକ ଏହି ଗରମକୁ ଦୂର କରିବା ପାଇଁ ଥଣ୍ଡା ପାଣିରେ ଗାଧୋଇଥାନ୍ତି। କିନ୍ତୁ ଏହା ଭୁଲ। ଏହାକୁ ନେଇ ଡାକ୍ତରଙ୍କ ମତାମତ କଣ।

ଏହାକୁ ନେଇ ଡାକ୍ତରଙ୍କ ମତ କଣ? ନୂଆଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ପ୍ରିଭେଣ୍ଟିଭ୍ ହେଲ୍ଥ ଆଣ୍ଡ୍ ୱେଲନେସ୍ ବିଭାଗର ନିର୍ଦ୍ଦେଶକ ଡାକ୍ତର ସୋନିଆ ରାୱତ କହିଛନ୍ତି ଯେ, ଯେତେବେଳେ ଜ୍ୱର ହୁଏ, ଶରୀରର ତାପମାତ୍ରା ସାଧାରଣ ତାପମାତ୍ରା ଠାରୁ ଅଧିକ ହୋଇଯାଏ। ସେତେବେଳେ ବ୍ୟକ୍ତି ଦୁର୍ବଳ, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଝାଳ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଏ। ଯାହାକୁ ସ୍ୱାଭାବିକ କରିବା ପାଇଁ ଲୋକେ ଔଷଧ ଖାଇଥାନ୍ତି।

ଉଷୁମ ପାଣିରେ ଗାଧୋଇବା ଉଚିତ: ଡାକ୍ତର ରାୱତଙ୍କ ଅନୁସାରେ, ଜ୍ୱର ହେଲେ ଗାଧୋଇବା କ୍ଷତିକାରକ ନୁହେଁ, କିନ୍ତୁ ଉଷୁମ ପାଣିରେ ଗାଧୋଇବା ଉଚିତ। ଯାହାଦ୍ୱାରା ଶରୀର ପାଇଁ ଏହା ଲାଭଦାୟକ ହୋଇଥାଏ। ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଝାଳ ଏବଂ ବ୍ୟାକ୍ଟେରିଆ ଦୂର ହୋଇଥାଏ, ଚର୍ମ ସଫା ହେବା ସହ ବ୍ୟକ୍ତିକୁ ସତେଜ ଅନୁଭବ ହୋଇଥାଏ।

ଯଦି ବ୍ୟକ୍ତିର ତାପମାତ୍ରା ବହୁତ ଅଧିକ ନାହିଁ, ତେବେ ଗାଧୋଇବା ସୁରକ୍ଷିତ ବୋଲି କୁହାଯାଏ। ନଚେତ ଯଦି ଜ୍ୱର ବହୁତ ଅଧିକ ଅଛି ତେବେ ସେହି ଅବସ୍ଥାରେ ନ ଗାଧୋଇ ଉଷୁମ ପାଣିରେ ନରମ ତଉଲିଆ ସାହାଯ୍ୟରେ ଶରୀରକୁ ପୋଛିବା ଉଚିତ। ଯାହାକୁ ସ୍ପଞ୍ଜ ବାଥ ବୋଲି କୁହାଯାଇଥାଏ।