fbpx

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ପୁର୍ଣ୍ଣ ଦର୍ଶକରେ ବାରବାଟୀରେ ହେବ ଟି-୨୦ ମ୍ୟାଚ୍

କଟକ: କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଦେଇଛି ବିସିସିଆଇ । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଷ୍ଟାଡିୟମରେ ପୁର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ମିଳିଛି । ଜୁନ୍ ୯ରୁ ଟି-୨୦ ସିରିଜ ଆରମ୍ଭ ହେଉଥିବା ବେଳେ ୧୨ରେ ବାରବାଟୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ପୁର୍ଣ୍ଣ ଦର୍ଶକରେ ମ୍ୟାଚ୍ ଅୟୋଜନ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି ।

ବିସିସିଆଇ ପୁର୍ବରୁ ପୁର୍ଣ୍ଣ ଦର୍ଶକରେ ଆଇପିଏଲ ପ୍ଲେ ଅଫ ମ୍ୟାଚ୍ ପାଇଁ ଅନୁମତି ଦେଇ ସାରିଛି । ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବହୁତ୍ କମ୍ ରହିଛି । ଯାହାକୁ ଦୃଷ୍ଟିରେ ରଖି ବିସିସିଆଇ ପୁର୍ଣ୍ଣ ଦର୍ଶକରେ ମ୍ୟାଚ୍ ଅୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଯାହା ନୂଆଦିଲ୍ଲୀ, କଟକ, ବିଶାଖାପାଟନମ୍, ରାଜକୋଟ ଏବଂ ବଙ୍ଗଲୋର ସାମିଲ । ଏହି ସିରିଜ ଜୁନ୍ ୯ରୁ ଆରମ୍ଭ ହୋଇ ଜୁନ୍ ୧୯ ପର୍ଯ୍ୟନ୍ତ ଚାଲିବ । ନିକଟରେ ଦକ୍ଷିଣ ଆଫ୍ରିକା ଏହାର ୧୬ ଜଣିଆ ଦଳ ଘୋଷଣା କରିଛି ।

 

 

Get real time updates directly on you device, subscribe now.