ନୂଆଦିଲ୍ଲୀ: ଦିନିକିଆ ମ୍ୟାଚ ପାଇଁ କାନପୁର ଗସ୍ତରେ ଥିବା ଅଷ୍ଟ୍ରେଲିଆର ଏ ଟିମ୍ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ନେଇ ବିସିସିଆଇ ମାଗିଛି କ୍ଷମା ।
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତ ଏ’ ଓ ଅଷ୍ଟ୍ରେଲିଆ ଏ’ ଦିନିକିଆ ସିରିଜ ଜାରି ରହିଛି ।
ଅଷ୍ଟ୍ରେଲିଆ ଏ’ ଦଳର ଚାରି ଜଣଙ୍ମକ ସ୍ୱାସ୍ଥ୍ୟବିଗିଡ଼ିଯାଇଛି । ହୋଟେଲରେ ଖାଦ୍ୟ ଖାଇବା ପରେ ସ୍ୱାସ୍ଥ୍ୟ ଖରାପ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।
ବିସିସିଆଇ ଉପଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ଖାଦ୍ୟରେ କୌଣସି ବିଷକ୍ରିୟା ହୋଇନାହିଁ ।
ଅଞ୍ଚଳରେ କୌଣସି ସଂକ୍ରମଣ ଦ୍ୱାରା ହୋଇଥାଇପାରେ ବୋଲି ରାଜୀବ ଶୁକ୍ଳା କହିଛନ୍ତି ।
