fbpx

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ପଦ

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏଥି ପାଇଁ ଆଜି ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ଦଳରେ ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳକୁ ମିଳିଛି ଆଉ ଜଣେ ନୂଆ ଅଧିନାୟକ ।

FTB Inside Scoop - Watch Episode 41 - Meet Yash Dhull: India U19's Skipper on Disney  Hotstar

ଇଂଲଣ୍ଡ ଗସ୍ତ ପରେ ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ସିରିଜ ଏବଂ ୫ଟି ଟି-୨୦ ମ୍ୟାଚ ଖେଳିବ । ତେବେ ଭାରତ କେବଳ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି ଯେଉଁଥିରେ ଆଉ ଜଣେ ନୂଆ ଖେଳାଳିଙ୍କୁ ମିଳିଛି ଦଳର ନେତୃତ୍ୱ । ଟିମ ଇଣ୍ଡିଆ ଗବର ଅର୍ଥାତ ଶିଖର ଧୱନଙ୍କୁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି । ଏହି ସିରିଜର ଉପଅଧିନାୟକ ଭାର ସମ୍ଭାଳିବେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ।

India vs South Africa: Shikhar Dhawan fit to play, Jadeja doubtful after  flu - Sports News

ଏହି ସିରିଜ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ସିନିୟର ଖେଳାଳିମାନଙ୍କୁ ଆରାମ ଦିଆଯାଇଛି । ତେଣୁ ଧୱନଙ୍କୁ ଦଳର ନେତୃତ୍ୱ ପଦ ଦିଆଯାଇଛି । ଏହି ସିରିଜରେ ଅନେକ ଖେଳାଳିଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ । ସଞ୍ଜୁ ସାମସନ, ଅକ୍ଷର ପଟେଲ, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ସମେତ ଅଧିନାୟକ ଶିଖର ଧୱନ ମଧ୍ୟ ଦଳକୁ କମବ୍ୟାକ କରିବେ ।

ଆସନ୍ତା ୨୨ ତାରିଖରୁ ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହେଉଥିବା ବେଳେ ଆଜି ଏଥିପାଇଁ ଦଳ ଘୋଷଣା କରିଛି ବିସିସିଆଇ । ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଜୁଲାଇ ୨୨ ତାରିଖରେ ଖେଳିବ ଭାରତ । ଏହାପରେ ୨୪ ଏବଂ ୨୭ ତାରିଖରେ ଶେଷ ଦୁଇଟି ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହାପରେ ୨୯ ତାରିଖରୁ ଆରମ୍ଭ ହେବ ଟି-୨୦ ସିରିଜ । ୨୯ ତାରିଖରେ ପ୍ରଥମ, ଅଗଷ୍ଟ ୧ ରେ ଦ୍ୱିତୀୟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ୨ ତାରିଖରେ ସିରିଜର ତୃତୀୟ ମ୍ୟାଚ ଖେଳାଯିବ । ସେହିପରି ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ ଅଗଷ୍ଟ ୬ ଏବଂ ୭ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.