fbpx

IPL-2023 ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ବିସିସିଆଇ: ଏହିଦିନ ହେବ ଛୋଟ ନିଲାମ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ତେବେ ୨୦୨୨ର ମେଗା ନିଲାମୀ ଅନେକ ଦଳର ରୂପ ବଦଳାଇ ଦେଇଥିଲା ବେଳେ ଆସନ୍ତା ଆଇପିଏଲରେ ଏକ ଚୋଟ ଅକ୍ସନ ଦେଖିବାକୁ ମିଳିବ । ତେବେ ଏହି ନିଲାମୀ ଆସନ୍ତା ଡିସେମ୍ବର ୧୬ ତାରିଖରେ ହେବ ବୋଲି ଯୋଜନା କରୁଛି ବିସିସିଆଇ । ଏହାସହିତ ଆଉ କିଛି ପରିବର୍ତ୍ତନ ମଧ୍ୟ ଏଥିରେ ଦେଖିବାକୁ ମିଳିପାରେ ।

ଗତବର୍ଷ ମେଗା ନିଲାମୀରେ ପ୍ରତ୍ୟେକ ଦଳ ପର୍ସରେ ୯୦ କୋଟି ଟଙ୍କା ରହିଥିବା ବେଳେ ଆସନ୍ତାବର୍ଷକୁ ଏହା ବୃଦ୍ଧି ପାଇ ୯୫ କୋଟି ଟଙ୍କାରେ ପହଞ୍ଚିଛି । ତେବେ ଏହି ମିନି ନିଲାମୀ ଆସନ୍ତା ୧୬ ଡିସେମ୍ବର ବେଙ୍ଗଲୁରୁରେ ଆୟୋଜନ ହେବ ହୋଇପାରେ । କୋଭିଡ-୧୯ର ପ୍ରକୋପ ପରେ ଆଇପିଏଲ ପୁଣିଥରେ ନିଜ ପୁରୁଣା ରୂପକୁ ଫେରିବା ପାଇଁ ପାଦ ବଢାଇଛି । ପ୍ରତ୍ୟେକ ଦଳ ନିଜ ଘରୋଇ ମଇଦାନରେ ଏବଂ ବିରୋଧୀ ମଇଦାନରେ ଖେଳୁଥିବାର ନଜର ଆସିବେ । ଏ ନେଇ ମାନ୍ୟତାପ୍ରାପ୍ତ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

୨୦୨୦ରେ କରୋନା ମହାମାରୀ ବ୍ୟାପିବା ପରେ ଆଇପିଏଲ ଅଳ୍ପ ସ୍ଥାନମାନଙ୍କରେ ଆୟୋଜନ କରାଯାଉଥିଲା । ୨୦୨୦ରେ ଏହା ୟୁଏଇରେ ହୋଇଥିବା ବେଳେ ୨୦୨୧ରେ ଏହା ଦେଶକୁ ଫେରିଥିଲା । କିନ୍ତୁ କରୋନା ସଂକ୍ରମଣକୁ ନଜରରେ ରଖି ଏହା ସ୍ଥଗିତ ରହିବା ପରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯାଇଥିଲା । ସେହିପରି ଚଳିତ ବର୍ଷ ଏହା ମୁମ୍ବାଇ ଏବଂ ପୁଣେରେ ଶେଷ ହୋଇଛି । କିନ୍ତୁ ଆସନ୍ତାବର୍ଷରୁ ପ୍ରତ୍ୟେକ ଦଳ ନିଜ ନିଜ ଘରୋଇ ଷ୍ଟାଡିୟମକୁ ଫେରୁଥିବା କହିଛନ୍ତି ସୌରଭ ।

Get real time updates directly on you device, subscribe now.