fbpx

ବିସିସିଆଇ ସମ୍ବିଧାନ ସଂଶୋଧନ ମାମଲା, ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟନ୍ତ ଶାହଙ୍କ ସହିତ ଅନ୍ୟ କର୍ମକର୍ତ୍ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ସମ୍ବିଧାନ ସଂଶୋଧନ କରିବା ସକାଶେ ବିସିସିଆଇ ଦାୟର କରିଥିବା ମାମଲାର ଶୁଣାଣି ଗୋଟିଏ ଦିନ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଯୋଗ୍ୟ ଯେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟନ୍ତ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିଲେ। ସେମାନେ ଏହି ପଦବୀରେ କାର୍ଯ୍ୟଧାରା ଜାରି ରଖିଛନ୍ତି । ବିସିସିଆଇ ସମ୍ବିଧାନ ଅନୁଯାୟୀ ଜଣେ କର୍ମକର୍ତ୍ତା ସର୍ବାଧିକ ୬ ବର୍ଷ କାର୍ଯ୍ୟ କରିବା ପରେ ତିନି ବର୍ଷ ଆଉ କୌଣସି ପଦ ପଦବୀରେ ରହି ପାରିବେ ନାହିଁ । ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେବା ପୂର୍ବରୁ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଭାବେ ତିନି ବର୍ଷ ଦାୟିତ୍ୱ ସମ୍ପାଦାନ କରିଥିଲେ । ସେହି ରି ବିସିସିଆଇ ସମ୍ପାଦକ ଜୟନ୍ତ ଶାହ ମଧ୍ୟ ଏହି ପଦବୀରେ ରହିବା ପୂର୍ବାୁ ଗୁଜରାଟ କ୍ରିକେଟ ଆସୋସିଏସନର ଅନ୍ୟତମ ବରିଷ୍ଠ କର୍ମକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ । ଏହି କ୍ରମରେ ଉଭୟ କର୍ମକର୍ତ୍ତା ବିସିସିଆଇର ସଭାପତି ଓ ସମ୍ପାଦକ ଭାବେ ତିନି ବର୍ଷ କାର୍ଯ୍ୟ କରି ସାରିଛନ୍ତି । ତେଣୁ ଏହାକୁ ଚାଲେଞ୍ଜ କରି ମାମଲା ଦାୟର ହେବା ପରେ ବିସିସିଆଇ ଏହି ସଂକ୍ରାନ୍ତୀୟ ମାମଲାର ସମ୍ବିଧାନ ସଂଶୋଧନ ପାଇଁ ପ୍ରସ୍ତାବ ଅରଗତ କରିଛି ।

ସୂଚନା ଯୋଗ୍ୟ ଯେ ବିସିସିଆଇର କାର୍ଯ୍ୟଧାରାକୁ ସଠିକ ମାର୍ଗରେ ପରିଚାଳିତ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ େଊାଧା କମିଟି କରିଥିବା ସୁପାରିସ ଅନୁଯାୟୀ କୌଣସି ବ୍ୟକ୍ତି ବିଶେଷ ଗୋଟିଏ ପଦବୀରେ ୬ ବର୍ଷ ରହିବା ପରେ ପୁଣି ସେହି ପଦବୀରେ ଆଉ ୬ ବର୍ଷ କାର୍ଯ୍ୟ କରି ପାରିବେ ନାହିଁ । ଅତି କମରେ ତିନି ବର୍ଷ ବ୍ୟବଧାନରେ ଆଉ ଥରେ କୌଣସି ପଦବୀରେ କାର୍ଯ୍ୟ କରି ପାରିବେ । ତେବେ କାର୍ଯ୍ୟକାଳ ଶେଷ ହେବା ପରେ ଗାଙ୍ଗୁଲି ଓ ଶାହ ସେହି ପଦବୀରେ ରହି ଥିବାରୁ ବିହାର କ୍ରିକେଟ ଆସୋସିଏସନ ପକ୍ଷରୁ ଏହାକୁ ଚାଲେଞ୍ଜ କରା ଯାଇଥିଲା । ତେଣୁ ବିସିସିଆଇ ଏହି କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସଂକ୍ରାନ୍ତରେ ସମ୍ବିଧାନ ସଂଶୋଧନ ପାଇଁ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ପିଏସ ପଟୱାଲିୟା ବିସିସିଆଇ ପାଇଁ ଲଢ଼ୁଛନ୍ତି । ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏନ ରମନା,ଜଷ୍ଟିଶ କ୍ରିଷ୍ନା ମୁରାରି ଓ ଜଷ୍ଟିସ ହିମା କୋହଲି ଏହି ମାମଲାର ଶୁଣାଣୀକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି ।

Get real time updates directly on you device, subscribe now.