fbpx

IPLରେ ସାମିଲ ହେବେ ଦୁଇ ନୂତନ ଟିମ୍: BCCI ଟାର୍ଗେଟରେ କଟକ

ନୂଆଦିଲ୍ଳୀ: ବିସିସିକଆଇ ପକ୍ଷରୁ ଦୁଇଟି ନୂତନ ଆଇପିଲଏଲ ଫ୍ରାଞ୍ଚାଇଜି ସମ୍ପର୍କରେ ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶାର କଟକ ସହର ବିସିସିଆଇର ସର୍ଟଲିଷ୍ଟ ତାଲିକାରେ ସ୍ଥାନ ପାଇଛି । ଜୋନାଲ ସନ୍ତୁଳନ ରକ୍ଷା କରିବା ପାଇଁ ୬ଟି ନୂତନ ସହରକୁ ଏହି ତାଲିକାରେ ସାମିଲ କରାଯାଇଛି । ୬ଟି ନୂତନ ସହର ମଧ୍ୟରେ ପୂର୍ବ ଭାରତର ସର୍ବାଧିକ ୩ଟି ସହରକୁ ସାମିଲ କରାଯାଇଛି । ପଶ୍ଚିମ, କେନ୍ଦ୍ର ଏବଂ ଉତ୍ତର ଜୋନରୁ ଗୋଟିଏ ଲେଖାଏଁ ସହରକୁ ମଧ୍ୟ ସାମିଲ କରାଯାଇଛି ।
ପୂର୍ବ ଭାରତ ଜୋନରୁ ରାଞ୍ôଚ, ଗୌହାଟୀ ଏବଂ କଟକ ରହିଥିବା ବେଳେ ପଶ୍ଚିମ ଜୋନରୁ ଅହମାବାଦକୁ ସାମିଲ କରାଯାଇଛି । କେନ୍ଦ୍ରୀୟ ଜୋନରୁ ଲକ୍ଷେ୍ନø ଏବଂ ଉତ୍ତର ଜୋନରୁ ଧର୍ମଶାଳାକୁ ସାମିଲ କରାଯାଇଛି । ହିନ୍ଦୀ ଭାଷୀ ବେଲ୍ଟରେ ଅଧିକ ଦର୍ଶକ ରହିଥିବାରୁ ହିନ୍ଦୀ ଭାଷୀ ରାଜ୍ୟ ଗୁଡିକୁ ସାମିଲ କରିବା ପାଇଁ ବିସିସିଆଇ ପକ୍ଷରୁ ଯୋଜନା କରାଯାଇଛି । ପ୍ରତି ଦଳର ବେସ ପ୍ରାଇସ ୨ ହଜାର କୋଟି ରଖାଯାଇଛି । ବର୍ତ୍ତମାନ ଆଇପିଏଲରେ ୩ଟି ଦକ୍ଷିଣ ଜୋନ ଦଳ ରହିଥିବାରୁ ଏହି ତାଲିକାରେ କୌଣସି ଦକ୍ଷିଣ ଭାରତୀୟ ସହରକୁ ସାମିଲ କରାଯାଇନାହିଁ ।

Get real time updates directly on you device, subscribe now.