fbpx

IPL 2020ର ନକଆଉଟ ମ୍ୟାଚରେ ହୋଇପାରେ ବଡ ପରିବର୍ତନ, ଶୀଘ୍ର ଘୋଷଣା କରିବ ବିସିିସିଆଇ

ଦୁବାଇ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ଅବଶିଷ୍ଟ ମ୍ୟାଚର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଲିଗକୁ କେମିତି ଆକର୍ଷଣୀୟ କରାଯାଇ ପାରିବ ତାର ପ୍ରସ୍ତୁତି ପାଇଁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ଦୁବାଇରେ ଅଛନ୍ତି । ବିସିିସିଆଇ ଆଇପିଏଲ ୨୦୨୧ର କାର୍ଯ୍ୟସୂଚୀରେ ବଡ ଧରଣର ପରିବର୍ତନ ପାଇଁ ପ୍ରସ୍ତୁତି କରୁଛି । ଏଥିରେ ଆୟୋଜନ ସ୍ଥଳଠୁ ନେଇ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତନ ଘୋଷଣା ସାମିଲ ।

ଇନସାଇଡର ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ଆଇପିଏଲର ବାକି ୩୧ ମ୍ୟାଚର ଆୟୋଜନ ୨୫ ଦିନ ଭିତରେ ସାରିବାକୁ ବିସିିସିଆଇ ଯୋଜନା କରୁଛି । ବୋର୍ଡ ୨୫ ଦିନରୁ ୮ ଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଆୟୋଜନ କରିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ୧୯ ମଧ୍ୟରେ ଆରମ୍ଭ କରିବାର ଯୋଜନା ରହିୁଛି । ଜୁନ ମାସ ସରିବା ପୂର୍ବରୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ ।

ଗତ ବର୍ଷ ପରି ଆଇପିଏଲ ୟୁଏଇର ତିନି ସହର ସାରଜା, ଆବୁଧାବି ଓ ଦୁବାଇରେ ଖେଳାଯିବ । କିନ୍ତୁ ବିସିସିଆଇ ଲିଗ ମ୍ୟାଚର ଅନ୍ତିମ ପର୍ଯ୍ୟାୟ ଏବଂ ଫାଇନାଲ ସହିତ ନକଆଉଟ୍ ରାଉଣ୍ଡ ଆୟୋଜନ କେବଳ ଗୋଟିଏ ସହରରେ କରିବାକୁ ଯୋଜନା କରୁଛି । ଏଥିରେ ଦୁବାଇ ବିସିସିଆଇ ପାଇଁ ସବୁଠୁ ପସନ୍ଦର ସ୍ଥାନ ପାଲଟିଛି । କାରଣ ଅଧିକାଂଶ ଫ୍ରାଂଚାଇଜି ଆଇପିଏଲ ୨୦୨୦ ପରି ନିଜ ହୋଟେଲ୍ ବୁକ୍ କରି ପାରିବେ ।

ଆଇପିଏଲ ୨୦୨୦ ପରି ଯେଉଁ ଦିନ ଦୁଇଟି ମ୍ୟାଚ୍ ଥିବ, ସେ ଦିନ ପ୍ରଥମ ମୁକାବିଲା ଭାରତୀୟ ସମୟ ଅପରାହ୍ନ ୩ଟା ୩୦ ଏବଂ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ୨୦୨୦ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ଟିମ୍ ଆବୁଧାବି ଏବଂ ବାକି ଟିମ୍ ଦୁବାଇରେ ରହିଥିଲେ ।

Get real time updates directly on you device, subscribe now.