fbpx

BCCIର କଡ଼ା ପଦକ୍ଷେପ! ଟିମ୍ ଇଣ୍ଡିଆର ହେବ ଫର୍ମାଟିଂ, ବିଦାହେବେ ସବୁ ସିନିୟର ଖେଳାଳି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଚେଇଁ ଉଠିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ଆସନ୍ତା ବର୍ଷ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମେତ କିଛି ସିନିୟର ଖେଳାଳି ଟି-୨୦ ଟିମରୁ ବାଦ୍ ପଡ଼ିବେ । ଏଥିସହିତ ଦୁଇବର୍ଷ ପରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିପାରେ ।

ଇଂଲଣ୍ଡଠାରୁ ୧୦ ୱିକେଟରେ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ବିସିସିଆଇର ରାଡାରରେ ରହିଛି । ଏନେଇ ବିସିସିଆଇ ଏକ ନୂଆ ପ୍ଲାନ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଆସନ୍ତା ଏକ ବର୍ଷ ମଧ୍ୟରେ ଏହାର ଝଲକ ଦେଖିବାକୁ ମିଳିପାରେ । ତେବେ ଯଦି ଏପରି କିଛି ହୁଏ, ତେବେ ଦଳର ଅନେକ ଖେଳାଳି ଟି-୨୦ ଟିମରୁ ଓ ଆଗାମୀ ବିଶ୍ୱକପ୍ ଟିମରୁ ବାଦ୍ ପଡ଼ିବାର ସମ୍ଭାବନା ଅଧିକ ରହିଛି ।

ଇଂଲଣ୍ଡ ବିପକ୍ଷରେ ହାରିବା ପରେ ଅଧିନାୟକ ରୋହିତ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହି ସମୟରେ ତାଙ୍କୁ କୋଚ୍ ରାହୁଲ ଦ୍ରାବିଡ଼ ସାନ୍ତ୍ୱନା ଦେଇଥିଲେ । ତେବେ ଦୁଇବର୍ଷ ପରେ ଟି-୨୦ ବିଶ୍ୱକପ ହେବାକୁ ଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ନେଇପାରନ୍ତି । ତେବେ ବିସିସିଆଇ କୌଣସି ଖେଳାଳିଙ୍କୁ ସନ୍ନ୍ୟାସ ନେବାକୁ ବାଧ୍ୟ କରିବ ନାହିଁ । ଆସନ୍ତା ୨୦୨୩ ସୁଦ୍ଧା ସିନିୟର ଖେଳାଳିମାନେ ଦିନିକିଆ ଓ ଟେଷ୍ଟ ଖେଳି ପାରିବେ । ମାତ୍ର ଆସନ୍ତା ବର୍ଷ ଟି-୨୦ ଟିମରେ କୌଣସି ସିନିୟର ଖେଳାଳି ରହିବେ ନାହିଁ । ବିସିସିଆଇର ଏପରି ରଣନୀତି ରହିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.