fbpx

ମୋବାଇଲ ଚାର୍ଜରେ ଲଗାଇ ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ବି ହୋଇପାରେ, ତେଣୁ ସର୍ବଦା ସତର୍କ ରହିବା ଉଚିତ । କିନ୍ତୁ ବେଳେବେଳେ ମଣିଷର ଅବହେଳା ଯୋଗୁଁ ସେ ଅଧିକାଂଶ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ । ଇଲେକ୍ଟ୍ରୋନିକ୍ସ ଜିନିଷ ଚାର୍ଜରେ ବସାଇବା ସମୟରେ ଏହାକୁ ବ୍ୟବହାର କରିବା ଅନୁଚିତ ଖାସ କରି ମୋବାଇଲ ଚାର୍ଜରେ ବସାଇ ବ୍ୟବହାର କରିବା ବିପଦପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ଅମାନିଆ ଲୋକ ଏକଥାକୁ ନମାନି ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ମୋବାଇଲ ଚାର୍ଜରେ ବସାଇ କିଛି ଲୋକ ଘଣ୍ଟା ଘଣ୍ଟା କଥା ହୋଇଥାନ୍ତି ତ କିଛି ଲୋକ ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି ।

ମୋବାଇଲ ଚାର୍ଜରେ ବସାଇ ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ହେଉଥିବାର ଆପଣମାନେ ନିଶ୍ଚିତ ଶୁଣିଥିବେ । ଏପରିକି ବେଳେବେଳେ ମଣିଷର ଜୀବନ ମଧ୍ୟ ଚାଲି ଯାଉଥିବାର ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏହି ଖବର ବାରମ୍ବାର ସାମ୍ନାକୁ ଆସୁଥିଲେ ମଧ୍ୟ ଲୋକମାନେ ସଚେତନ ହେଉ ନାହାନ୍ତି । ତେବେ ଏହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ଯୁବତୀ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

mobile accidnet video

ଯୁବତୀଙ୍କ ଘରେ ଲାଗିଥିବା କ୍ୟାମେରାରେ ଭିଡିଓଟି କଏଦ ହୋଇଯାଇଛି । ଯୁବତୀ ଜଣକ ମୋବାଇଲ ଚାର୍ଜରେ ବସାଇ ଲଗାତାର ଭାବେ କାହା ସହିତ କଥା ହେଉଥିବା ସମୟରେ ଫୋନଟି ବ୍ଲାଷ୍ଟ କରିଛି । ଏହା ସହିତ ଚାର୍ଜିଂ ପଏଣ୍ଟରେ ଲାଗିଥିବା ଚାର୍ଜର ମଧ୍ୟ ବ୍ଲାଷ୍ଟ କରିଛି । ତେବେ ସୌଭାଗ୍ୟ ବଶତଃ ଯୁବତୀ ମୋବାଇଲ ଦୂରକୁ ଫିଙ୍ଗି ଦେଇଥିବାରୁ ତାଙ୍କର କୌଣସି କ୍ଷତି ହୋଇନାହିଁ । ତେବେ ସେ ଆଜି ଏକ ବିରାଟ ବଡ ବିପଦରୁ ମୁକ୍ତି ପାଇ ଯାଇଛନ୍ତି । ନଚେତ ଏଭଳି ଏକ ଦୁର୍ଘଟଣାରେ ମୃତ୍ୟୁ ହେବାର ମଧ୍ୟ ଅନେକ ଉଦାହରଣ ରହିଛି ।

ଫୋନ ଚାର୍ଜିଂରେ ଲାଗିଥିଲେ ଏହାକୁ ବ୍ୟବହାର ନକରିବା ପାଇଁ ବାରମ୍ବାର ଚେତାବନୀ ଦିଆ ଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର କରନ୍ତି ନାହିଁ । ଫଳ ସ୍ୱରୂପ ଏହିପରି ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ ।

Get real time updates directly on you device, subscribe now.