fbpx

ପରିବାରେ ବାଇଗଣ ଖାଉଥିବା ଲୋକେ ସାବଧାନ୍! ଜାଣନ୍ତୁ ଏହାର କ୍ଷତି

ବାଇଗଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଖାସ୍ ସମସ୍ୟାରେ ଆପଣଙ୍କର ବାଇଗଣ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଏହି ସମସ୍ୟାରେ ବାଇଗଣ ଖାଆନ୍ତି, ତେବେ ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ । ବିଷେଷଜ୍ଞଙ୍କ କହିବା ମୁତାବକ, ବାଇଗଣକୁ କେବେ ବି ଛାଣିବା ଉଚିତ୍ ନୁହେଁ । ଏହାକୁ ଛାଣିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ସେଥିପାଇଁ ବାଇଗଣକୁ ସର୍ବଦା ଭାଜିକରି ବା ସିଜାଇ ଖାଇବା ଲାଭଦାୟକ ହୋଇଥାଏ ।

ପେଟ ସହିତ ଥିବା ସମସ୍ୟାରେ ବାଇଗଣ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏଥିରେ ପେଟ ଯନ୍ତ୍ରଣା, ବାନ୍ତି ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ବଢ଼ିଯାଏ ।

ଗର୍ଭବତୀ ମହିଳାମାନେ ବାଇଗଣ ଖାଇବା ଉଚିତ୍ ନୁହେଁ । ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଏହା କ୍ଷତିକାରକ ହୋଇପାରେ ।

ଡିପ୍ରେସନର ମେଡିସିନ୍ ଖାଉଥିଲେ ବାଇଗଣ ଖାଆନ୍ତୁ ନାହିଁ । ଏଥିରେ ମେଡିସିନର ପ୍ରଭାବ କମିଯାଏ ।

ଛଣା ଯାଇଥିବା ବାଇଗଣ ଖାଇବା ଦ୍ୱାରା ଚର୍ବି ବଢ଼ିଥାଏ । ଯାହା ଫଳରେ ଓଜନ ବୃଦ୍ଧି ହୁଏ । ହାର୍ଟ ହେଲଥ୍ ପାଇଁ ଏହା କ୍ଷତିକାରକ ହୋଇଥାଏ ।

ଯଦି ଆପଣ ବାଇଗଣ ଖାଇଲେ ଆଲର୍ଜି ହେଉଛି, ତେବେ ଏହାଠାରୁ ଦୂରେଇ ରୁହନ୍ତି । ଏହା ଆଲର୍ଜିକୁ ଆହୁରି ବଢ଼ାଇପାରେ । ଆଖି ସହ ଜଡ଼ିତ ସମସ୍ୟା ଥିଲେ ବାଇଗଣଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.