fbpx

ସାବଧାନ! ଦାଢ଼ି ରଖୁଥିବା ବ୍ୟକ୍ତି କରୋନାରେ ବେଶୀ ସଂକ୍ରମିତ ହେବେ, କାରଣ…

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ଭୟାବହତା ଜାରି ରହିଛି । କରୋନାକୁ ଦୂରେଇବା ପାଇଁ ସାନିଟାଇଜର, ମାସ୍କ ଆଦି ବ୍ୟବହାର କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ତେବେ ସମସ୍ତ ନିୟମ ମାନିବା ପରେ ମଧ୍ୟ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଥିବାର ଦେଖାଯାଉଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଦାଢ଼ି ରଖିବା ଦ୍ୱାରା କରୋନାର ସଂକ୍ରମଣର ଆଶଙ୍କା ହଜାରେ ଗୁଣ ବଢ଼ିଯାଇଥାଏ ।

କିଛି ଲୋକ ବ୍ୟକ୍ତିଗତ ବା ଧାର୍ମିକ କାରଣରୁ ଦାଢ଼ି ରଖିଥାନ୍ତି । ଫଳରେ ମାସ୍କ ମୁହଁରେ ଠିକ ଭାବରେ ଫିଟ୍ ହୋଇନଥାଏ । ନିଜର ସୌକିନ ପାଇଁ ଦାଢ଼ି ରଖୁଥିବା ଲୋକେ କେବଳ ମାସ୍କ ପିନ୍ଧିଦେଲେ ସଂକ୍ରମଣରୁ ବର୍ତ୍ତି ପାରିବେ ନାହିଁ । ଚେହେରାରେ ଅଧିକ ବାଳ ରହିବା ଫଳରେ ମାସ୍କ ତା’ର କାର୍ଯ୍ୟ ଠିକ ଭାବରେ କରିପାରି ନଥାଏ । ଏହାଦ୍ୱାରା ମାସ୍କରେ ଲିକେଜ୍ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ଫଳରେ ଶରୀରକୁ ଅଶୁଦ୍ଧ ବାୟୁ ସହଜରେପ୍ରବେଶ କରିପାରିଥାଏ । ଯାହାକି ପରବର୍ତ୍ତୀ ସମୟରେ ସଂକ୍ରମଣକୁ ଡାକି ଆଣିଥାଏ ।

Get real time updates directly on you device, subscribe now.