fbpx

Video: ପ୍ରବଳ ବର୍ଷା ମଧ୍ୟରେ ଅନୁଷ୍ଠିତ ହେଲା ‘ବିଟିଂ ଦି ରିଟ୍ରିଟ୍’ ସମାରୋହ, ଦର୍ଶକଙ୍କୁ ଆକର୍ଷିତ କରିଥିଲା ସାମରିକ ବ୍ୟାଣ୍ଡ

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ବିଜୟ ଚୌକଠାରେ ଗଣତନ୍ତ୍ର ଦିବସର ଆନୁଷ୍ଠାନିକ ସମାପ୍ତି ପାଳନ କରୁଥିବା ‘ବିଟିଂ ଦି ରିଟ୍ରିଟ୍’ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ମହାନ କାର‌୍ୟ୍ୟକ୍ରମର ସାକ୍ଷୀ ହେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଥିଲେ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଆଧାରିତ ‘ବିଟିଂ ଦି ରିଟ୍ରିଟ୍’ ସମାରୋହ ଏହି ସମୟରେ ଦେଶର ‘ସବୁଠୁ ବଡ ଡ୍ରୋନ୍ ସୋ’ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୩୫୦୦ ସ୍ୱଦେଶୀ ଡ୍ରୋନ୍ ଅଂଶଗ୍ରହଣ କରିଥିଲେ।

ବିଜୟ ଚୌକ ଠାରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ଇଭେଣ୍ଟରେ ପ୍ରଥମ ଥର ପାଇଁ ଉତ୍ତର ବ୍ଲକ୍ ଏବଂ ସାଉଥ୍ ବ୍ଲକ୍ ସମ୍ମୁଖରେ ରଙ୍ଗୀନ ଆଲୋକ ମାଧ୍ୟମରେ ବିଭିନ୍ନ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଉପରେ ଆଧାରିତ ଟ୍ୟୁନ୍ ଚଳିତ ବର୍ଷର ବିଟ୍ ରିଟ୍ରିଟ୍ ସମାରୋହର ମୁଖ୍ୟ ଆକର୍ଷଣ ଥିଲା। ଜାତୀୟ ରାଜଧାନୀରେ ବର୍ଷା ମଧ୍ୟରେ ଏକ ସାମରିକ ବ୍ୟାଣ୍ଡ ଦିଲ୍ଲୀର ବିଜୟ ଚୌକ ଠାରେ ‘ବିଟ୍ ରିଟ୍ରିଟ୍’ ସମାରୋହରେ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ଏହି ସମୟରେ ସେନା ବ୍ୟାଣ୍ଡ ‘ବିଟ୍ ରିଟ୍ରିଟ୍’ ସମାରୋହରେ ‘ଏକଲା ଚାଲୋ ରେ’ର ଗୀତ ବଜାଇଥିଲା।

ସେନା, ନୌସେନା, ବାୟୁସେନା ଏବଂ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଆରପିଏଫ) ର ମ୍ୟୁଜିକ୍ ବ୍ୟାଣ୍ଡ ଦ୍ୱାରା ୨୯ ଟି ଆକର୍ଷଣୀୟ ଗୀତ ବଜାଯାଇଥିଲା। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ବିଶିଷ୍ଟ ନେତା ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦେଶର ‘ସବୁଠୁ ବଡ ଡ୍ରୋନ୍ ସୋ’ ମଧ୍ୟ ଅନୁଷ୍ଠିତ ହେଉଛି ଯେଉଁଥିରେ ୩୫୦୦ ସ୍ୱଦେଶୀ ଡ୍ରୋନ୍ ଅଂଶଗ୍ରହଣ କରିଥିଲେ।

Get real time updates directly on you device, subscribe now.