fbpx

“ମୁସଲମାନ ହେଇଯାଅ, ନହେଲେ ମୁଣ୍ଡକାଟ ହେବ’: ଧମକପୂର୍ଣ୍ଣ ଚିଠିକୁ ନେଇ ଆତଙ୍କିତ ଇଞ୍ଜିନିୟରଙ୍କ ପରିବାର

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ କରାଉଥିବାର ଖବର ସାମ୍ନାକୁ ଆସିଛି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାଜସ୍ଥାନରେ ଜଣେ ଇଞ୍ଜିନିୟରଙ୍କୁ ମୁସଲମାନ ହେବାପାଇଁ ଧମକ ଦିଆଯାଇଛି ।

ଧମକ ଦେବା ବ୍ୟକ୍ତି ଏହା ମଧ୍ୟ କହିଛି ଯେ ଯଦି ସେ ଧର୍ମ ପରିବର୍ତ୍ତନ କରୁନାହାନ୍ତି । ତା’ହେଲେ ତାଙ୍କ ମୁଣ୍ଡକାଟ କରାଯିବ । ଏହି ଧମକ ପରେ ଇଞ୍ଜିନିୟରଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟଭୀତ ହୋଇପଡ଼ିଛନ୍ତି । ମିଡିଆ ରିପୋର୍ଟ ଅନୂଯାୟୀ, ଏହି ଧମକ ଏକ ଚିଠି ଦ୍ୱାରା ଦିଆଯାଇଛି । ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ସକ୍ରିୟ ହୋଇଛି ଏବଂ ଏହି ମାମଲାରେ ଜଣକ ଗିରଫ କରାଯାଇଛି ।

ଭୀଲୱାଡ଼ାର ସଫ୍ଟଓୟାର ଇଞ୍ଜିନିୟର ବିଜୟ ଅଗ୍ରୱାଲଙ୍କୁ ଏହି ଚିଠି ତାଙ୍କ ଘରୁ ମିଳିଛି । ବିଦ୍ୟୁତ ନଗରର ବିଜୟ ଅଗ୍ରୱାଲ ପୁଣେ ସ୍ଥିତ ଏକ ବ୍ୟାଙ୍କରେ ସଫ୍ଟଓୟାର ଇଞ୍ଜିନିୟର ଭାବରେ ରହିଛନ୍ତି । ଏହି ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ ଯଦି ସେ ମୁସଲମାନ ହେଉଛନ୍ତି ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ମଳିବ ଏବଂ ପିଲାମାନଙ୍କ ଧର୍ମ ବଦାଇଲେ ୧ ଲକ୍ଷ ଟଙ୍କା ମିିଳିବ । ସେମାନଙ୍କୁ ତାଙ୍କର ଆବଶ୍ୟକତା ଅଛି ବୋଲି କହିଛନ୍ତି ଦୁର୍ବୁତ୍ତ ।

ଧମକ ଦେଇ କୁହାଯାଇଛି ଯେ ତୁମେ ମିଳିଯାଏ ନହେଲେ ତୁମ ମୁଣ୍ଡ କାଟ ହେବ । ହିନ୍ଦୁଙ୍କ ନରସଂହାର ହେବ । ଉତ୍ତରରେ ଆମେରିକା ନିଜ ସେନା ଲଗାଇଛି ଏବଂ ଦକ୍ଷିଣରେ ଚୀନ ସେନା ଲଗାଇଛି । ଚୀନ ଏବଂ ଆମେରିକା ହିନ୍ଦୁସ୍ତାନରେ ନରସଂହାର କରିବେ । ସେପଟେ ପୋଲିସ ଏହି ମାମଲାକୁ ଗଭୀର ଭାବରେ ନେଇ ଇଞ୍ଜିନିୟରଙ୍କୁ ସୁରକ୍ଷା ଯୋଗାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଉଲ୍ଲେଖଯୋଗ୍ୟ, ଉଦୟପୁର ଜିଲ୍ଲାରେ ଜଣେ ଟେଲର କହ୍ନେୟାଲାଲଙ୍କର ହତ୍ୟା ହୋଇଥିଲା । ତାଙ୍କ ହତ୍ୟା ମଧ୍ୟ ଘୃଣା ବିସ୍ତାର ଉଦ୍ଦେଶ୍ୟରେ କରାଯାଇଥିଲା । ନୂପୁର ଶର୍ମାଙ୍କୁ ସମର୍ଥନ କରିବାକୁ ନେଇ ତାଙ୍କର ହତ୍ୟା କରାଯାଇଥିଲା । ହତ୍ୟାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

 

Get real time updates directly on you device, subscribe now.