fbpx

ଏହି ଦେଶରେ ମଣିଷର ପରିସ୍ରାରୁ ତିଆରି ହେଉଛି ବିଅର, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆଜିକାଲି ଯୁଗରେ ଅସମ୍ଭବ ଜିନିଷ ବି ସମ୍ଭବ ହେଉଥିବାର ଦେଖିବାକୁ ମିଳୁଛି । କିଛି ଲୋକଙ୍କ ଅବିଶ୍ୱସନୀୟ କାର୍ଯ୍ୟ ଆଗରେ ଆଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସତେ ଯେମିତି ଫିକା ପଡ଼ିଯାଉଛି । ଏପରି କିଛି କରି ଦେଖାଇଛିି ଡେନମାର୍କର ଏକ ବିଅର କମ୍ପାନୀ । ଡେନମାର୍କର ନୋରବ୍ରୋ ନାମକ ଏକ କମ୍ପାନୀ ମଣିଷର ପରିସ୍ରାରୁ ପ୍ରସ୍ତୁତ କରିଛି ଏକ ଅଦ୍ଭୂତ ପ୍ରକାରର ବିଅର, ଯାହାର ନାମ ରଖାଯାଇଛି । ‘ପିସନର୍’ ।

ତେବେ ଏହି ବିଅର ପ୍ରସ୍ତୁତ କରିବା ନେଇ ନୋରବ୍ରୋ କମ୍ପାନୀ ପକ୍ଷରୁ ଏକ ନୂଆ ଏକ୍ସପରିମେଣ୍ଟ କରାଯାଇଥିଲା । ସେଥିପାଇଁ ଏକ ଅସାଧାରଣ ବିଅର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ୫୦ ହଜାର ଲିଟର ପରିସ୍ରା ସଂଗ୍ରହ କରାଯାଇଥିଲା । ଏକ ମ୍ୟୁଜିକ୍ ଫେଷ୍ଟିଭାଲରୁ ସଂଗୃହୀତ ପରିସ୍ରାକୁ ନେଇ ବିଅର ପ୍ରସ୍ତୁତି ପ୍ରକ୍ରିଆ ଆରମ୍ଭ କରାଯାଇଥିଲା । ଏହି ବିଅରରେ ପରିସ୍ରାକୁ କେବଳ ଖାଦ ଭାବେ ବ୍ୟବହାର କରାଯାଇଥିଲା । ଫାଇନାଲ ପ୍ରଡକ୍ଟରେ ମଣିଷର କୌଣସି ବର୍ଜ୍ୟବସ୍ତୁ ବ୍ୟବହାର ହୋଇନାହିଁ, ମାତ୍ର ବିଅରରେ ପରିସ୍ରାର ମିଶ୍ରଣ କରାଯାଇଛି ବୋଲି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି । ନୋରବ୍ରୋ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଲୋକଙ୍କୁ ଏହି ବିଅର ବିଷୟରେ କୁହାଯାଇଥିଲା, ସେତେବେଳେ ସାଧାରଣ ବିଅରରେ ପରିସ୍ରା ମିଶାଇ ଲୋକଙ୍କୁ ଦିଆଯାଉଛି ବୋଲି ଅନେକଙ୍କ ଧାରଣା ହୋଇଥିଲା । ଯାହାକି ବିଅର ନିର୍ମାତାଙ୍କୁ ଚକିତ କରିଦେଇଥିଲା । ଆଗକୁ ଲୋକମାନେ ଏହି ବିଅରକୁ କେତେମାତ୍ରାରେ ପସନ୍ଦ କରୁଛନ୍ତି, ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.