fbpx

ପିଏମ୍ କିଷାନ ହିତାଧିକାରୀଙ୍କୁ ଶସ୍ତା ଦରରେ ମିଳୁଛି ଲୋନ୍, ଏପରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ପିଏମ କିଷାନ ଯୋଜନା ଅଧିନରେ ୧୦ମ କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏହି ଯୋଜନାର ଲାଭ ଦେଶର କୋଟି କୋଟି ଚାଷୀଙ୍କୁ ମିଳିଛି । ଏହି ଯୋଜନା ଅଧିନରେ ସରକାର ଚାଷୀଙ୍କୁ ଶସ୍ତା ମୂଲ୍ୟରେ ଲୋନ୍ ବି ଦେଉଛନ୍ତି ।

ତେବେ ଆତ୍ମନିର୍ଭର ଯୋଜନା ଅଧିନରେ ପିଏମ କିଷାନ ଓ କିଷାନ କ୍ରେଡିଟ୍ କାର୍ଡ ପରସ୍ପର ସହ ଲିଙ୍କ ହୋଇଛି । ଏହି କିଷାନ କ୍ରେଡିଟ କାର୍ଡ ଯୋଜାନରେ ସରକାର ଚାଷୀଙ୍କୁ ସୁଲଭ ମୂଲ୍ୟରେ ଲୋନ୍ ଯୋଗାଇ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବ ଆପଣ କିପରି ଏହାର ଲାଭ ଉଠାଇବେ…

ଚାଷୀମାନଙ୍କୁ ଫସଲ ବୁଣିବା ପାଇଁ ବ୍ୟାଙ୍କରୁ ଅତି କମ୍ ସୁଧ ହାରରେ ଲୋନ୍ ମିଳିଥାଏ । ଏହି ଲୋନ୍ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଦିଆଯାଇଥାଏ । ଏହି ଯୋଜନା ଅଧିନରେ ଚାଷୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଏ । ସେହିପରି ୫ରୁ ୩ ଲକ୍ଷ ଟଙ୍କାର ଶର୍ଟ ଟର୍ମ ଲୋନ୍ କେବଳ ୪ ପ୍ରତିଶତ ସୁଧ ହାରରେ ଦିଆଯାଇଥାଏ । ସରକାର ଏହି ଲୋନ ଉପରେ ୨ ପ୍ରତିଶତ ସବସିଡି ଦେଇଥାନ୍ତି । ସମୟ ଭିତରେ ଲୋନ୍ ପରିଶୋଧ କଲେ ୩ ପ୍ରତିଶତ ରିହାତି ମିଳିଥାଏ ।

କିପରି କରିବେ କିଷାନ କ୍ରେଡିଟ କାର୍ଡ?

୧. କିଷାନ୍ କ୍ରେଡିଟ୍ କାର୍ଡ ତିଆରି କରିବାକୁ ସର୍ବପ୍ରଥମେ ଆପଣ ତହସିଲକୁ ଯାଇ ଲେଖପାଲଙ୍କୁ ଭେଟିବା ଉଚିତ୍ ।
୨. ଏବେ ତାଙ୍କଠାରୁ ନିଜ ଜମିର ଆଇନଗତ ପ୍ରମାଣପତ୍ର ପ୍ରାପ୍ତ କରନ୍ତୁ ।
୩. ଏହା ପରେ ଯେକୌଣସି ବ୍ୟାଙ୍କକୁ ଯାଆନ୍ତୁ ଓ ମ୍ୟାନେଜରଙ୍କୁ ଭେଟି କିଷାନ୍ କ୍ରେଡିଟ୍ କାର୍ଡ କରିବାକୁ ଦାବି କରନ୍ତୁ ।
୪. କିସାନ କ୍ରେଡିଟ କାର୍ଡ ଗ୍ରାମୀଣ ବ୍ୟାଙ୍କରୁ ତିଆରି ହୋଇଥିଲେ ପ୍ରୋତ୍ସାହନ ଇତ୍ୟାଦି ସରକାର ପ୍ରଦାନ କରନ୍ତି, ଯାହା ଚାଷୀଙ୍କୁ ଫାଇଦା ଦିଏ ।
୫. ଏହା ପରେ ବ୍ୟାଙ୍କ ମ୍ୟାନେଜର ଆପଣଙ୍କୁ ଓକିଲଙ୍କ ନିକଟକୁ ପଠାଇବେ ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ନେବେ ।
୬. ଏହା ପରେ ଆପଣଙ୍କୁ ବ୍ୟାଙ୍କକୁ ଯାଇ ଏକ ଫର୍ମ ପୂରଣ କରିବାକୁ ପଡିବ ।
୭. ଏହା ସହିତ କିଛି କାଗଜପତ୍ର ପ୍ରସ୍ତୁତ କରିବାକୁ ପଡିବ । ଯାହା ପରେ ଆପଣଙ୍କର କିଷାନ୍ କ୍ରେଡିଟ୍ କାର୍ଡ ପ୍ରସ୍ତୁତ ହେବ ।
୮. ଏଥିରେ ଲୋନର ସୁବିଧା କେତେ ମିଳିବ, ଏହା ଆପଣଙ୍କ କେତେ ଜମି ଅଛି ତାହା ଉପରେ ନିର୍ଭର କରେ । ଅର୍ଥାତ୍ ଜମି ହିସାବରେ ଆପଣଙ୍କୁ ଲୋନ୍ ମିଳିବ ।

Get real time updates directly on you device, subscribe now.