fbpx

ଗ୍ରୀନ୍ ଟିରେ ମିଶାଇ ପିଅନ୍ତୁ ଏହିସବୁ ଜିନିଷ; କ୍ୟାନ୍ସର ପରି ରୋଗରୁ ମିଳିବ ମୁକ୍ତି

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣକୁ ଅଧିକାଂଶ ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଯାହାକି ତାଙ୍କୁ ଅନେକ କଷ୍ଟ ଦେବା ସହ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ତେବେ ବର୍ତ୍ତମାନର ସମୟରେ ମଧୁମେହ, ବେଦବହୁଳତା ହୃଦଘାତ ଏବଂ କ୍ୟାନ୍,ର ପରି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଯାହାକି ଶରୀର ପ୍ରତି ବହୁତ କ୍ଷତିକାରକ ହୋଇଥାଏ । ତେଣୁ ଏହିସବୁ ସମସ୍ୟା ଖାସ୍ କରି କ୍ୟାନ୍ସର ପରି ରୋଗଠାରୁ ଦୂରେଇ ରହିବା ପାଇଁ ଏପରି କିଛି ଜିନିଷ ଅଛି ଯାହାକୁ ସେବନ କରିବା ଉଚିତ୍ । ଫଳରେ ଏହା ଆମକୁ ସୁସ୍ଥ ରଖିବା ସହ ରୋଗମୁକ୍ତ ମଧ୍ୟ ରଖିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଗ୍ରୀନଟିରେ କଣ ସବୁ ମିଶାଇ ସେବନ କରିବା ଉଚିତ୍ । ଯାହାଦ୍ୱାରା କ୍ୟାନ୍ସର ପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ ।

ଗ୍ରୀନ ଟିରେ ଏହିସବୁ ଜିନିଷ ମିଶ୍ରଣ କରି ସେବନ କରିବା;

ଅଦା: ଅଦା ଓଏପରି ଏକ ଜିନିଷ , ଯାହାର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ପାଇଁ କରାଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଯଦି ଏହା ଗ୍ରୀନ୍ ଟି ସହିତ ମିଶ୍ରିତ ହୁଏ, ତେବେ ଏହା ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ । ଫଳରେ ଆପଣ ଅନେକ କିଛି ସମସ୍ୟାରୁ ମୁକ୍ତି ପାଇ ପାରନ୍ତି । ଏହାର ସାହାଯ୍ୟରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ନାହିଁ, ବରଂ ଏହା କର୍କଟ ଭଳି ବିପଜ୍ଜନକ ଏବଂ ମାରାତ୍ମକ ରୋଗକୁ ମଧ୍ୟ ରୋକିଥାଏ । ତେଣୁ ଗ୍ରୀନଟିରେ ଅଦା ମିଶାଇ ସେବନ କରିବା ଉଚିତ୍ ।

୨. ପୁଦିନା ପତ୍ର ଏବଂ ଡାଲଚିନି: କିଛି ଲୋକ ଗ୍ରୀନ୍ ଟିରେ ପୁଦିନା ପତ୍ର ଏବଂ ଡାଲଚିନି ମିଶ୍ରମ କରିଥାନ୍ତି । କାରଣ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିସହିତ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି କରିଥାଏ । ତେଣୁ ଏହାକୁ ଗ୍ରୀନଟିରେ ମିଶାଇ ସେବନ କରିବା ଦ୍ୱାରା ଏହା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେବା ସହ ଓଜନ ହ୍ରାସରେ ମଧ୍ୟ ସାହାର୍ଯ୍ୟ କରେ ।

୩. ଲେମ୍ବୁ : ଯଦି ଲେମ୍ବୁକୁ ଗ୍ରୀନ୍ ଟି ସହିତ ମିଶାଯାଏ ତେବେ ଏହାର ତିକ୍ତ ସ୍ୱାଦ ସାମାନ୍ୟ କମିଯାଏ ଏବଂ ଏହା ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ଅଧିକ ପ୍ରଭାବ ଚାହୁଁଛନ୍ତି ତେବେ ଗ୍ରୀନ ଟି କରିସାରିବା ପରେ ଶେଷରେ ଲେମ୍ବୁ ରସ ମିଶାନ୍ତୁ ।

Get real time updates directly on you device, subscribe now.