ଜାମୁ କୋଳି ଖାଆନ୍ତୁ, ସୁସ୍ଥ ରୁହନ୍ତୁ; କିନ୍ତୁ ଗର୍ଭବତୀ ଭାବିଚିନ୍ତି ଖାଆନ୍ତୁ
ଡାଇବେଟିସ ନିୟନ୍ତ୍ରଣ କରିଥାଏ। ଏଥିରେ ‘ଜାମ୍ବୋଲିନ’ ଓ ‘ଜାମ୍ବୋସିନ’ ନାମକ ଦୁଇଟି ରାସାୟନିକ ପଦାର୍ଥ ଥାଏ। ଯାହା ରକ୍ତ ଶର୍କରା ମାତ୍ର କମାଇବାରେ ସାହାଯ୍ୟ କରିଥାଏ
ନୂଆଦିଲ୍ଲୀ: ଗରମ ଯାଇ ଆରମ୍ଭ ହେଲାଣି ବର୍ଷା ଋତୁ। ଆଉ ଡେଙ୍ଗା ବାଙ୍ଗରା ଗଛରେ ଫଳିଲାଣି ଜାମୁ କୋଳି। ସେଥିପାଇଁ ଗଛ ମୂଳରେ ଜମିଲାଣି ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ଭିଡ଼। ହେଲେ ଜାଣିଛନ୍ତି ବର୍ଷା ଋତୁରେ ଫଳୁଥିବା ଏହି ଫଳରେ ରହିଛି ବହୁ ଔଷଧୀୟ ଗୁଣ। ଯାହା ଆପଣଙ୍କ ଜୀବନ ପାଇଁ ଅତି ଦରକାର। ଡାଇବେଟିସ୍, କୋଷ୍ଠକାଠିନ୍ୟ, ଗ୍ୟାସ, ଅମ୍ଳ, ହିମୋଗ୍ଲୋବିନ, ରକ୍ତହୀନତା, କୋଲେଷ୍ଟ୍ରଲ କମାଇଥାଏ। ସେଥିପାଇଁ ଏହି ଫଳକୁ ‘ଡାଇବେଟିସ୍’ ଫଳ ବୋଲି ସହରୀ ଲୋକ କୁହନ୍ତି। ଜୁନରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଫଳିଥାଏ ଏହି ଫଳ।
ଜାମୁ କୋଳିର ଉପକାରିତା
ଡାଇବେଟିସ ନିୟନ୍ତ୍ରଣ କରିଥାଏ। ଏଥିରେ ‘ଜାମ୍ବୋଲିନ’ ଓ ‘ଜାମ୍ବୋସିନ’ ନାମକ ଦୁଇଟି ରାସାୟନିକ ପଦାର୍ଥ ଥାଏ। ଯାହା ରକ୍ତ ଶର୍କରା ମାତ୍ର କମାଇବାରେ ସାହାଯ୍ୟ କରିଥାଏ।
ପାଚନ ଶକ୍ତି: ଫାଇବର ଅଧିକ ଥିବାରୁ କୋଷ୍ଠକାଠିନ୍ୟ, ଗ୍ୟାସ, ଅମ୍ଳ ଦୂର କରିଥାଏ। ଲିଭରକୁ ସୁସ୍ଥ ରଖିଥାଏ।
ରକ୍ତ ଶୁଦ୍ଧି: ଜାମୁ କୋଳିରେ ଅଧିକ ଆଇରନ ଓ ଭିଟାମିନ-ସି ଥାଏ। ହିମୋଗ୍ଲୋବିନ ବଢ଼ାଏ ଓ ରକ୍ତହୀନତା ଦୂର କରିଥାଏ।
ହୃଦୟ ପାଇଁ ବହୁତ ଭଲ: ଜାମୁ କୋଳିରେ ପୋଟାସିୟମ ଅଧିକ ଥିବାରୁ ରକ୍ତଚାପ ନିୟନ୍ତ୍ରଣ କରିଥାଏ। କୋଲେଷ୍ଟ୍ରଲ କମାଏ।
ଚର୍ମ ଓ ମୁହଁ: ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ରହିଥାଏ। ବ୍ରଣ, କଳାଦାଗ କମାଏ। ବୟସର ଚିହ୍ନ ରୋକେ।
ଦାନ୍ତ ଓ ମାଢ଼ି: ଜାମୁ କୋଳି ଖାଇଲେ ମାଢ଼ିରୁ ରକ୍ତ ପଡ଼ିବା ବନ୍ଦ ହୁଏ। ପାଟି ଦୁର୍ଗନ୍ଧ ଦୂର କରିଥାଏ।
ଜାମୁ ମଞ୍ଜିର ଉପକାରିତା
ଜାମୁ ମଞ୍ଜି ଫଳଠାରୁ ଅଧିକ ଶକ୍ତିଶାଳୀ। ଏହାକୁ ଶୁଖାଇ ଗୁଣ୍ଡ କରି ବ୍ୟବହାର କରାଯାଏ।
ଡାଇବେଟିସର ରାମବାଣ: ଜାମୁ କୋଳି ମଞ୍ଜି ଗୁଣ୍ଡରେ ‘ଗ୍ଲାଇକୋସାଇଡ’ ଥାଏ। ଯାହା ପାନକ୍ରିୟାସକୁ ସକ୍ରିୟ କରି ଇନସୁଲିନ ବଢ଼ାଏ। ସକାଳେ ଖାଲି ପେଟରେ ଏକ ଚାମଚ ଗୁଣ୍ଡ ଉଷୁମ ପାଣି ସହ ଖାଇଲେ ସୁଗାର କଣ୍ଟ୍ରୋଲ ହୋଇଥାଏ।
କିଡ଼ନୀ ଷ୍ଟୋନ: ଜାମୁ କୋଳି ମଞ୍ଜି ଗୁଣ୍ଡ ଦହି ସହ ଖାଇଲେ କିଡ଼ନୀ ଷ୍ଟୋନ ଭାଙ୍ଗି ବାହାରିଯାଏ।
ଝାଡ଼ା ଓ ରକ୍ତ ଅତିସାର: ଜାମୁ କୋଳି ମଞ୍ଜି ଗୁଣ୍ଡ ଏକ ଚାମଚ ମହୁ ସହ ଦିନକୁ ଦୁଇ ଥର ଖାଇଲେ ପୁରୁଣା ଝାଡ଼ା ଭଲ ହୋଇଥାଏ।
ଯୌନ ଦୁର୍ବଳତା: ଜାମୁ କୋଳି ମଞ୍ଜି ଗୁଣ୍ଡ କ୍ଷୀର ସହ ଖାଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।
ମୂତ୍ର ରୋଗ: ବାରମ୍ବାର ପରିସ୍ରା ଲାଗିବା ବା ମୂତ୍ରରେ ଜ୍ୱାଳା ହେଲେ ମଞ୍ଜି ଗୁଣ୍ଡ ରାମବାଣ ହୋଇଥାଏ।
କେମିତି ବ୍ୟବହାର କରିବେ?
ଜାମୁ କୋଳି: ସିଧା ଧୋଇ ସୈନ୍ଧବ ଲୁଣ ସହ ଖାଆନ୍ତୁ। ଦିନକୁ ୧୦୦-୧୫୦ ଗ୍ରାମ ଯଥେଷ୍ଟ।
ମଞ୍ଜି ଗୁଣ୍ଡ: ମଞ୍ଜିକୁ ଧୋଇ ଛାଇରେ ଶୁଖାଇ ଗୁଣ୍ଡ କରନ୍ତୁ। କାଚ ଡବାରେ ରଖନ୍ତୁ। ୧/୨ ରୁ ୧ ଚାମଚ ପାଣି/କ୍ଷୀର ସହ ଖାଆନ୍ତୁ।
ଜାମୁ ଭିନେଗାର: ଜାମୁ ରସକୁ ଫରମେଣ୍ଟ କରି ଭିନେଗାର ବନାଯାଏ। ଯାହା ଓଜନ କମାଇବା ଓ ସୁଗାର ପାଇଁ ବଢିଆ।
ସତର୍କ ସୂଚନା
ଖାଲି ପେଟରେ ଖାଆନ୍ତୁ ନାହିଁ: ଜାମୁ କୋଳି ଖାଲି ପେଟରେ ଖାଇଲେ ଏସିଡିଟି ହୋଇପାରେ।
କ୍ଷୀର ସହ ନୁହେଁ: ଜାମୁ ଖାଇବାର ଏକ ଘଣ୍ଟା ପୂର୍ବରୁ ବା ପରେ କ୍ଷୀର ପିଅନ୍ତୁ ନାହିଁ।
ଅଧିକ ଖାଆନ୍ତୁ ନାହିଁ: ଅତ୍ୟଧିକ ଖାଇଲେ କବ୍ଜ ଓ ଗଳା କଟକଟ ହୋଇପାରେ।
ଗର୍ଭବତୀ: ଗର୍ଭାବସ୍ଥାରେ ଡାକ୍ତରଙ୍କୁ ପଚାରି ଖାଆନ୍ତୁ।

