fbpx

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି, ଥଣ୍ଡା କାଶରୁ ମୁକ୍ତି ଦେବା ସହ ରକ୍ତ ଅଭାବକୁ ଦୂର କରେ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍‌ ଫ୍ରେସନର୍‌ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ

 କାଶ ଏବଂ ଥଣ୍ଡାରେ ଲାଭଦାୟକ ହୋଇଥାଏ: ଶୀତ ଋତୁରେ ବ୍ୟକ୍ତି ଅନେକ ରୋଗର ଶିକାର ହୁଅନ୍ତି, ଯେଉଁଥିରେ କାଶ, ଥଣ୍ଡା ଅଧିକ ଦେଖାଯାଏ । ଥଣ୍ଡା ସମୟରେ ଲୋକମାନେ ପ୍ରାୟତଃ କାଶ ଏବଂ ଥଣ୍ଡା ଜନିତ ସମସ୍ୟାର ଶିକାର ହୁଅନ୍ତି । ଏପରି ପରିସ୍ଥିତିରେ ମିଶ୍ରି ଗୁଣ୍ଡରେ, ଗୋଲମରିଚ ଗୁଣ୍ଡ ଏବଂ ଘିଅକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ରାତିରେ ଏହାକୁ ଖାଆନ୍ତୁ । ଏହା ବ୍ୟତୀତ ମିଶ୍ରି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା କାଶରୁ ଆରାମ ମିଳିଥାଏ ।

ହେମୋଗ୍ଲୋବିନ୍‌ ସ୍ତରକୁ ଉନ୍ନତ କରିଥାଏ: ଶରୀରରେ କମ୍‌ ହେମୋଗ୍ଲୋବିନ୍‌ ସ୍ତର ରକ୍ତହୀନତା ହୋଇଥାଏ । କିଛି ନକରି ଥକ୍କା ଅନୁଭବ ହୋଇଥାଏ, ଦୁର୍ବଳତା ଅନୁଭବ ହୋଇଥାଏ, ଅନେକ ଲୋକଙ୍କର ମଧ୍ୟ ମୁଣ୍ଡ ବୁଲାଇଥାଏ ଏବଂ ରକ୍ତର ଅଭାବ ଦେଖାଯାଏ । ଅଭାବ ହେତୁ କିଛି ଲୋକଙ୍କ ଶରୀରର ରଙ୍ଗ ଦଳଦୀଆ ଦେଖାଯାଇଥାଏ । କିନ୍ତୁ ଏହି ସବୁ ସମସ୍ୟା ମିଶ୍ରରେ ସମାଧାନ ହୋଇଥାଏ । ନିୟମିତ ଭାବେ ମିଶ୍ରି ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ସ୍ତର ବଢିବା ସହିତ ରକ୍ତ ସଞ୍ଚାଳନମଧ୍ୟ ଠିକ୍‌ ରହିଥାଏ ।

ହଜମ ପ୍ରକ୍ରିୟାରେ ଉନ୍ନତି କରିଥାଏ: ପାନ ମହୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଡାଇଜେଷ୍ଟିଭ୍‌ ଗୁଣ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ । ତେଣୁ, ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ମିଶ୍ରି ଖାଆନ୍ତୁ ।

ଏନର୍ଜି ବୁଷ୍ଟ: ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ । ନାକରୁ ରକ୍ତସ୍ରାବ ସମସ୍ୟା ମଧ୍ୟ ଦୂର କରିଥାଏ ।

Get real time updates directly on you device, subscribe now.