fbpx

National Logistics Policy କ’ଣ: ଏହା ଭାରତର ଅର୍ଥବ୍ୟବସ୍ଥାକୁ କ’ଣ ଫାଇଦା ଦେବ, ଆସନ୍ତୁ ବୁଝିବା ୬ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୨ତମ ଜନ୍ମଦିବସ ଅବସରରେ ଜାତୀୟ ଲଜିଷ୍ଟିକ୍ସ ପଲିସୀ ଲଞ୍ଚ କରିଛନ୍ତି । କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ଆଗକୁ ଦ୍ରୁତ ଗତିରେ ବଢ଼ିବ ବୋଲି କୁହାଯାଉଛି । ତେବେ ଏହି ପଲିସୀ କିପରି କାର୍ଯ୍ୟ କରୁଛି, ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ କିପରି ରହିବ ସେ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚୟ ।

୧- ଏହି ପଲିସୀ କର୍ପୋରେଟ ସେକ୍ଟର ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ଏହା ଦେଶର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଆଣିବାରେ ସହାୟକ ହେବ । ଏହା ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତ୍ମନିର୍ଭର ଭାରତକୁ ନୂଆ ଦିଗ ପ୍ରଦାନ କରିବ । ଏହି ପଲିସୀ ଦ୍ୱାରା ବିଭିନ୍ନ ସାମଗ୍ରୀର ସପ୍ଲାଇ ଠାରୁ ଆରମ୍ଭ କରି ପରିବହନ ଦାମ୍ ହ୍ରାସ ପାଇବ ।

୨- ଇଣ୍ଡିଆନ ଇକୋନୋମି ଉପରେ ଏହି ପଲିସୀ ସକାରାତ୍ମକ ପ୍ରଭାବ ପକାଇବ । ଭାରତ ନିଜର ମୋଟ ଜିଡିପିର ପାଖାପାଖି ୧୪ ପ୍ରତିଶତ ଲଜିଷ୍ଟିକ୍ସ କ୍ଷେତ୍ରରେ ଖର୍ଚ୍ଚ କରିଥାଏ । ଅନ୍ୟ ଦେଶ ତୁଳାନରେ ଏହି ଅର୍ଥ ବହୁତ ବେଶି । ଜର୍ମାନୀ ଓ ଜାପାନ ପରି ଦେଶରେ ଏହା ମାତ୍ର ୮-୯ ପ୍ରତିଶତ ରହିଥାଏ । ଅର୍ଥାତ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମାଲ ପରିବହନ ଦର କମିଲେ ଏହି କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ଡିଜିପିର ପ୍ରତିଶତ ନିଶ୍ଚିତ ଭାବେ କମିବ ।

୩- ୨୦୧୮ର ବିଶ୍ୱବ୍ୟାଙ୍କ ଲିଜିଷ୍ଟିକ୍ସ ଇଣ୍ଡେକ୍ସ ଅନୁଯାୟୀ, ଭାରତ ଲିଜିଷ୍ଟିକ୍ସ କଷ୍ଟ ମାମଲାରେ ବିଶ୍ୱରେ ୪୪ତମ ସ୍ଥାନରେ ରହିଥିଲା । ଆମେରିକା, ଚୀନ ପରି ଦେଶ ଏ କ୍ଷେତ୍ରରେ ବହୁତ ଆଗରେ ରହିଛନ୍ତି । ଦେଶରେ ୧୦ ହଜାରରୁ ଅଧିକ ଦ୍ରବ୍ୟର ଲିଜିଷ୍ଟିକ୍ସ କାରବାର ପାଖାପାଖି ୧୬୦ ଅବର ଡଲାର ହୋଇଥିବା ବେଳେ ଏହି ସେକ୍ଟରରେ ୨.୨ କୋଟିରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି ।

୪- ଏହି ପଲିସୀ ଲାଗୁ ହେବା ପରେ ଲଜିଷ୍ଟିକ୍ସ ନେଟୱାର୍କ ଅଧିକ ମଜବୁତ ହୋଇଯିବ ଓ ଏହା ଉପରେ ଖର୍ଚ୍ଚ ହ୍ରାସ ପାଇବ । ଏହି କ୍ଷେତ୍ରର ସ୍ଥିତି ସୁଧୁରିଲେ ଅପ୍ରତ୍ୟକ୍ଷ ଲିଜିଷ୍ଟିକ୍ସ ଦର ହ୍ରାସ ପାଇବ । ଏହାଫଳରେ ରପ୍ତାନୀ ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି ।

୫- ନ୍ୟାସନାଲ ଲଜିଷ୍ଟିକ୍ସ ପଲିସି ମାଧ୍ୟମରେ ସାମଗ୍ରୀର ସପ୍ଲାଇରେ ଆସୁଥିବା ସମସ୍ୟା ସମାପ୍ତ ହୋଇଯିବ । ମାଲ ପରିବହନ କ୍ଷେତ୍ରରେ ଆବଶ୍ୟକ ହେଉଥିବା ଇନ୍ଧନ ଖର୍ଚ୍ଚ ହ୍ରାସ ପାଇବ । ବିଦେଶରୁ ଆସୁଥିବା ଅତ୍ୟାବଶ୍ୟକ ସାମଗ୍ରୀକୁ ଷ୍ଟୋର କରିବା ସହ ଠିକ ସ୍ଥାନରେ ପହଞ୍ଚାଇବା ପ୍ରକ୍ରିୟାରେ ସଡ଼କ, ଜଳ, ବିମାନ ପଥକୁ ବ୍ୟବହାର କରାଯାଇଥାଏ ।

୬- ଏଥିସହିତ ସଡ଼କ ପଥରେ ମାଲ ପରିବହନ ସମୟରେ ଟୋଲ ଟ୍ୟାକ୍ସ, ରୋଡ଼ ଟ୍ୟାକ୍ସ ପରି ଅନେକ ଖର୍ଚ୍ଚ ହୋଇଥାଏ । ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ଏହି ଖର୍ଚ୍ଚ ଅଧିକ ହୋଇଥାଏ । ନୂଆ ନ୍ୟାସନାଲ ଲିଜିଷ୍ଟିକ୍ସ ପଲିସୀ ଏହାକୁ କମ୍ କରିବା ସହ ଡିଷ୍ଟ୍ରିବ୍ୟୁସନ-ଟ୍ରାନ୍ସପୋର୍ଟେସନ ସମ୍ବନ୍ଧୀୟ ସମସ୍ତ ଚ୍ୟାଲେଞ୍ଜକୁ ସମାଧାନ କରିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.