ଏଥର ନୂଆବର୍ଷରେ ବୁଲିଯାଆନ୍ତୁ ଉତ୍ତର-ପୂର୍ବ ଭାରତର ଏହି ସମସ୍ତ ସ୍ଥାନ, ମନ, ଆତ୍ମା ସବୁ ହୋଇଯିବ ଶାନ୍ତି

୨୦୨୬ର ବେଷ୍ଟ୍ ଟୁରିଜିମ୍ ପ୍ଲେସ୍ ଉତ୍ତର-ପୂର୍ବ ଭାରତର ଏହି ସ୍ଥାନ 

ନୂଆଦିଲ୍ଲୀ: ଅକ୍ଟୋବର ମାସ ବୁଲାବୁଲି ପାଇଁ ସବୁଠାରୁ ଉତ୍ତମ ମାସ ବୋଲି ବିବେଚନା କରାଯାଏ । ଏହି ମାସରେ ବୁଲାବୁଲି ପାଇଁ ଉତ୍ତମ ପାଗ ସହ ଅନେକ ଛୁଟିଦିନ ମଧ୍ୟ ମିଳିଥାଏ । ତେଣୁ ଯଦି ଆପଣ ଅକ୍ଟୋବର ମାସରେ ବୁଲାବୁଲି ପାଇଁ ଯୋଜନା କରୁଛନ୍ତି, ତେବେ ଆମେ ଆପଣଙ୍କୁ କିଛି ଭଲ ସ୍ଥାନ ବିଷୟରେ କହିବାକୁ ଯାଉଛୁ ।

ଜୋରହାଟ, ଆସାମ: ଉତ୍ତର-ପୂର୍ବ ଭାରତର ହୃଦୟ କୁହଯାଉଥିବା ଆସାମରେ ଅବସ୍ଥିତ ଜୋରହାଟ ଏବେ କେବଳ ଏକ ଛୋଟ ସହର ହୋଇ ରହିନାହିଁ । ଜୋରହାଟରୁ ମାତ୍ର କିଛି ଦୂରରେ ବିଶ୍ୱର ସର୍ବବୃହତ ନଦୀ ଦ୍ୱୀପ ମାଜୁଲି ପ୍ରବାହିତ । ଏଠାରେ ଆପଣ ଆସାମୀୟା ସଂସ୍କୃତି, ଆଦିବାସୀ ଜୀବନ ଏବଂ ସେମାନଙ୍କ କଳା ଆଦି ଦେଖିବାକୁ ମିଳିବ । ଏଠାକାର ସବୁଜ ଚା ବଗିଚା ସବୁଠାରୁ ଆକର୍ଷଣୀୟ ।

ଏଥିସହ ଏଠାରେ ଟୋକଲାଇ ଭଳି ଗବେଷଣା କେନ୍ଦ୍ର ମଧ୍ୟ ଅଛି, ଯେଉଁଠାରେ ଆପଣ ଜାଣିପାରିବେ ଯେ ଆପଣଙ୍କର ଚା କିପରି ତିଆରି ହୁଏ। ଏଠାରେ ଥିବା ବୈଷ୍ଣବ ମଠଗୁଡ଼ିକୁ ପରିଦର୍ଶନ କରିବାଦ୍ଵାରା ଆପଣ ଆସାମର ଧାର୍ମିକ ପରମ୍ପରା ଏବଂ କଳା ସହିତ ଯୋଡ଼ି ହୋଇପାରିବ। ଏଠାରେ ଇକୋ-ଲଜ୍ ଏବଂ ବୁଟିକ୍ ରହଣି ମଧ୍ୟ ଗଢ଼ି ଉଠିଛି, ଯାହା ଆପଣଙ୍କୁ ପ୍ରକୃତିର ନିକଟତର କରିଥାଏ।

ବାରାଣସୀ, ଉତ୍ତର ପ୍ରଦେଶ:  ବାରାଣସୀକୁ ବହୁ ପୂର୍ବରୁ ଭାରତର ଆଧ୍ୟାତ୍ମିକ କେନ୍ଦ୍ର ଭାବରେ ବିବେଚନା କରାଯାଇଆସୁଛି, କିନ୍ତୁ ବର୍ତ୍ତମାନ ଏହି ସହର ତାର ନୂଆ ରଙ୍ଗ ଦେଖାଇଛି । ଯୁବପିଢ଼ିମାନେ କେବଳ ପୂଜା ପାଇଁ ନୁହେଁ, ବରଂ ଏହାର ସଂସ୍କୃତି, କଳା, ସଙ୍ଗୀତ ଏବଂ ପାକ-ପରମ୍ପରାକୁ ଅନୁଭବ କରିବା ପାଇଁ ମଧ୍ୟ ଏହି ସହରକୁ ଆକର୍ଷିତ ହୁଅନ୍ତି।

ବର୍ତ୍ତମାନ ଗଙ୍ଗା ନଦୀ କୂଳରେ ଆପଣ କେବଳ ଭିଡ଼ ନୁହେଁ, ବରଂ ସୁନ୍ଦର ଏବଂ ଶାନ୍ତ ରହଣି ସୁବିଧା ମଧ୍ୟ ପାଇବେ ଯାହା ସହର ସହିତ ଏକ ବିଶେଷ ସଂଯୋଗ ସୃଷ୍ଟି କରେ। ରାସ୍ତା, ବଜାର ଏବଂ ଗଙ୍ଗା ଆରତୀ ଭଳି ଅଭିଜ୍ଞତା ଆଜିର ଯାତ୍ରୀମାନଙ୍କୁ ଏକ ନିଆରା ଅନୁଭୁତି ପ୍ରଦାନ କରେ ।

ମାଜୁଲି ଦ୍ୱୀପ, ଆସାମ:  ଜୋରହାଟରୁ ଡଙ୍ଗା ସାହାର୍ଯ୍ୟରେ ଏହି ଦ୍ୱୀପ ପହଞ୍ଚିପାରିବେ । ଏଠାକୁ ଗଲେ ଆପଣଙ୍କୁ ଏକ ଅଲଗା ଦୁନିଆକୁ ଆସିବା ପରି ଅନୁଭବ ହେବ । ଏହାର ଆଦିବାସୀ ପରମ୍ପରା, ମାଟି ଘର, ହାତ ତିଆରି ମୁଖା ଏବଂ ପାରମ୍ପରିକ ନୃତ୍ୟ ପ୍ରକୃତରେ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରେ। ଏହାର ସ୍ୱଚ୍ଛ ନଦୀ, ଶାନ୍ତ ପରିବେଶ ଏବଂ ନିରପେକ୍ଷ ସଂସ୍କୃତି ଏହାର ସବୁଠାରୁ ବଡ଼ ଶକ୍ତି।

ଜିରୋ ଉପତ୍ୟକା, ଅରୁଣାଚଳ ପ୍ରଦେଶ:  ଅରୁଣାଚଳ ପ୍ରଦେଶର ଜିରୋ ଉପତ୍ୟକା ବି କୌଣସି ମାତ୍ରାରେ କମ୍ ନୁହେଁ । କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଥିବା ପାହାଡ଼, ଧାନ କ୍ଷେତ ଏବଂ ଆପାତାନି ଜନଜାତିର ଅନନ୍ୟ ଜୀବନଶୈଳୀ ଏହାକୁ ସବୁଠାରୁ ନିଆରା କରିଥାଏ । ଏଠାରେ ଆୟୋଜିତ ବାର୍ଷିକ ଜିରୋ ସଂଗୀତ ମହୋତ୍ସବ ମଧ୍ୟ ସାରା ବିଶ୍ଵରେ ପ୍ରସିଦ୍ଧ ।

ଚମ୍ପାରଣ, ବିହାର: ବହୁତ କମ୍ ଲୋକ ଜାଣନ୍ତି ଯେ ଗାନ୍ଧୀଜୀଙ୍କ ପ୍ରଥମ ପ୍ରୟୋଗ ଭୂମି ବିହାରର ଚମ୍ପାରଣ କେବଳ ଇତିହାସ ପୁସ୍ତକରେ ସ୍ଥାନ ପାଇନାହିଁ ବରଂ ଏକ ମୂଲ୍ୟବାନ ତୀର୍ଥସ୍ଥଳ ମଧ୍ୟ। ଏଠାକୁ ପରିଦର୍ଶନ କରି ଆପଣ ଜାଣିପାରିବେ ଯେ ଏଠାରେ ପ୍ରଥମ ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା। ଏହି କ୍ଷେତ୍ରରେ ଚମ୍ପାରଣକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।