fbpx

ଧୂମ୍ରପାନ ଏବଂ ମଦ୍ୟପାନ କରୁଥିଲେ ସାବଧାନ୍ ! କ୍ୟାନ୍ସର ଉପରେ ଆସିଲା ଭୟଙ୍କର ଷ୍ଟଡୀ

ନୂଆଦିଲ୍ଲୀ: ଅନେକ ଲୋକ କେବଳ ନିଜର ସଉକ୍ ପାଇଁ ଧୂମ୍ରପାନ କରନ୍ତି ଏବଂ ମଦ ପିଇଥାନ୍ତି । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଛନ୍ତି । ଧୂମ୍ରପାନ ଏବଂ ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ବିଶ୍ୱରରେ କ୍ୟାନ୍ସରରୁ ମୃତ୍ୟୁର ପ୍ରମୁଖ କାରଣରେ ଧୂମ୍ରପାନ ଏବଂ ମଦ୍ୟପାନର ଅତ୍ୟଧିକ ବ୍ୟବହାର ସାମିଲ ରହିଛି ।

ରିସର୍ଚ୍ଚ ମାଗାଜିନ୍ ‘ଲାନସେଟ୍’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ୨୦୧୯ ରେ ବିଶ୍ୱରେ ପ୍ରାୟ ୪୪.୫ ଲକ୍ଷ କ୍ୟାନ୍ସର ମୃତ୍ୟୁ ପାଇଁ ଧୂମ୍ରପାନ, ମଦ୍ୟପାନ, ବଡି ମାସ୍ ଇଣ୍ଡେକ୍ସ ଏବଂ ଅନ୍ୟାନ୍ୟ ଜଣାଶୁଣା ବିପଦ କାରଣଗୁଡିକ ଦାୟୀ । ‘ବଡି ମାସ୍ ଇଣ୍ଡେକ୍ସ’ (ବିଏମଆଇ) ହେଉଛି ଏକ ମାପ, ଯେଉଁଥିରେ ଜଣେ ବ୍ୟକ୍ତିର ଓଜନ ଏବଂ ଉଚ୍ଚତା ଆଧାରରେ ପତଳା ଏବଂ ମେଦବହୁଳତା ମପା ଯାଇଥାଏ ।

ଏହି ଅନୁସନ୍ଧାନଗୁଡିକ ନୀତି ନିର୍ମାତା ଏବଂ ଅନୁସନ୍ଧାନକାରୀଙ୍କୁ ପ୍ରମୁଖ ବିପଦ କାରଣଗୁଡିକ ଚିହ୍ନଟ କରିବାରେ ସାହାଯ୍ୟ କରିପାରେ । ଆଞ୍ଚଳିକ, ଜାତୀୟ ଏବଂ ବିଶ୍ୱ ସ୍ତରରେ କ୍ୟାନ୍ସର ମୃତ୍ୟୁକୁ ହ୍ରାସ କରିବା ପାଇଁ ଏମାନେ ସାହାଯ୍ୟ କରିପାରିବେ ।

ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ ଆଣ୍ଡ ଏଭାଲ୍ୟୁଏସନ୍ (ଆଇଏଚଏମଆଇ) ର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି ଯେ, ଏହି ଅଧ୍ୟୟନରୁ ଜଣାପଡିଛି ଯେ କ୍ୟାନ୍ସର ରୋଗ ହେବାର ଆଶଙ୍କା ଜନସ୍ୱାସ୍ଥ୍ୟ ପାଇଁ ଏକ ଚ୍ୟାଲେଞ୍ଚ ଏବଂ ସାରା ବିଶ୍ୱରେ ଏହା ବୃଦ୍ଧି ପାଉଛି । ଧୂମ୍ରପାନ ବିଶ୍ୱସ୍ତରରେ କ୍ୟାନ୍ସର ପାଇଁ ଏକ ପ୍ରମୁଖ କାରଣ ବୋଲି ମୁରେ କହିଛନ୍ତି ।

Get real time updates directly on you device, subscribe now.