ଅଶ୍ଳୀଳ କଣ୍ଟେଣ୍ଟ ଅପଲୋଡ଼ କରିଥିଲେ! ଫସିବେ କି ‘ଚୁମ୍ମାବାଲୀ ଭାଉଜ’?
ନିହଙ୍ଗ ନେତା ମନପ୍ରୀତ ସିଂହ ଖାଲସାଙ୍କ ଦ୍ୱାରା ଦାୟର ହୋଇଥିବା ଅଭିଯୋଗରେ କୁହାଯାଇଛି; ‘ଚୁମ୍ମାବାଲି ଭାଉଜ’ ରଣଜିତ କୌର ଓ ତାଙ୍କ ସ୍ୱାମୀ ଜିନ୍ଦା ହଂସ ଅଶ୍ଳୀଳ କଣ୍ଟେଣ୍ଟ ଅପଲୋଡ଼ କରୁଛନ୍ତି
ଲୋଧିଆନା: ବିବାଦରେ ଫସିଲେ ପଞ୍ଜାବର ଇଣ୍ଟରନେଟ୍ ସେନ୍ସେସନ୍ ‘ଚୁମ୍ମାବାଲୀ ଭାଉଜ’ ରଣଜିତ କୌର। ତାଙ୍କ ନାଁରେ ଥାନାରେ ମାମଲା ହୋଇଛି। ‘ଚୁମ୍ମାବାଲୀ ଭାଉଜ’ ଅଶ୍ଳୀଳ ଓ ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ କରୁଥିବା ଅଭିଯୋଗ ହୋଇଛି। ମୋତି ନଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ନିହଙ୍ଗ ନେତା ମନପ୍ରୀତ ସିଂହ ଖାଲସାଙ୍କ ଦ୍ୱାରା ଦାୟର ହୋଇଥିବା ଅଭିଯୋଗରେ କୁହାଯାଇଛି; ‘ଚୁମ୍ମାବାଲି ଭାଉଜ’ ରଣଜିତ କୌର ଓ ତାଙ୍କ ସ୍ୱାମୀ ଜିନ୍ଦା ହଂସ ଅଶ୍ଳୀଳ କଣ୍ଟେଣ୍ଟ ଅପଲୋଡ଼ କରୁଛନ୍ତି। ବେଳେବେଳେ ଅଶ୍ଳୀଳ ଇଙ୍ଗିତପୂର୍ଣ୍ଣ ଦୃଶ୍ୟକୁ ମଧ୍ୟ ଅପଲୋଡ୍ କରାଯାଉଛି। ଏପରିକି ନିଜ ଘରେ ଥିବା ଶିବଲିଙ୍ଗ ପାଖରେ ଆପତ୍ତିଜନକ କାର୍ୟ୍ୟ ଦେଖିବାକୁ ମିଳୁଛି। ଯାହା ଧାର୍ମିକ ଭାବନାକୁ ଆଘାତ ଦେଉଛି ବୋଲି ଏଫ୍ଆଇଆର୍ରେ ଉଲ୍ଲେଖ କରାଯାଇଛି।
ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରୁଛି। ମନପ୍ରୀତଙ୍କ ଅଭିଯୋଗର କାଉଣ୍ଟର ଭିଡିଓ ଛାଡ଼ିଛନ୍ତି ‘ଚୁମ୍ମାବାଲୀ ଭାଉଜ’। ଯେଉଁଥିରେ ସେ ଖାଲସାଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ ଆଣିଛନ୍ତି। ଶୀଘ୍ର ତାଙ୍କ ବିରୋଧରେ ପ୍ରମାଣ ପ୍ରକାଶ କରିବେ ବୋଲି ଭିଡିଓରେ କହିଛନ୍ତି।
କୋଭିଡ ସମୟରେ ମଜାଳିଆ କମେଡି ରିଲ୍ସ ମାଧ୍ୟମରେ ପ୍ରସିଦ୍ଧି ପାଇଥିବା ଏହି ଇନଫ୍ଲୁଏନ୍ସର ପରେ ଦିଲଜିତ ଦୋସାଞ୍ଜଙ୍କ ଫିଲ୍ମରେ ଏକ ଛୋଟ ଭୂମିକା ମଧ୍ୟ ପାଇଥିଲେ। ସେ କହୁଛନ୍ତି; ମୋତେ ଅନ୍ୟାୟ ଭାବେ ଟାର୍ଗେଟ କରାଯାଉଛି। ଏବେ ଲୁଧିଆନା ପୋଲିସ ଏହି ଅଭିଯୋଗ ଓ ପ୍ରତି-ଅଭିଯୋଗର ଯାଞ୍ଚ କରୁଛି।


