fbpx

କଂଗ୍ରେସର ୮ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା : ଜୋର ଧରିଲା ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି

ଭଦ୍ରକ:ଆଜି ୮ଘଣ୍ଟିଆ ଭଦ୍ରକ ବନ୍ଦ । ବନ୍ଦ ଡାକରା ଦେଲା କଂଗ୍ରେସ । ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଜୋର ଧରିଥିବା ଦେଖିବାକୁ ମିଳିଛି । ଯାହା ପାଇଁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ।

ତେବେ ଏହି ଦାବି ଏବେ ସମୟର ନୁହେଁ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏହି ଦାବି ମୁଣ୍ଡ ଟେକିଛି । ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ବିଧାନସଭା ଗୃହରେ ମଧ୍ୟ ପ୍ରସଙ୍ଗ ଉଠାଯାଇଥିଲା। ଧାମନଗର ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀ ଓ ସଞ୍ଜୀବ ମଲ୍ଲିକ ଗୃହରେ ଏହି ପ୍ରସଙ୍ଗ ଉଠାଥିଲେ ହେଁ ଏହାକୁ ନେଇ ସରକାର ତତ୍ପରତା ଦେଖାଇ ନଥିଲେ । ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସହିତ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦାବି କରିଛି ଭଦ୍ରକ କଂଗ୍ରେସ । ବାରମ୍ବାର ଦାବି ପରେ ମଧ୍ୟ ସରକାର ଏ ଦିଗରେ କିଛି ବି ପଦକ୍ଷେପ ନେଉ ନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆ ଯାଇଛି ।

ସୂଚନାପୂର୍ବରୁ ଏଥିପାଇଁ ଭଦ୍ରକ କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ପୂର୍ବରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସକର୍ମୀମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଭଦ୍ରକବାସୀଙ୍କ ଏହି ଦାବିକୁ ସରକାର ବାରମ୍ବାର ଦାବି ପରେ ମଧ୍ୟ ଶୁଣୁ ନାହାନ୍ତି । ଫଳରେ ବିଶେଷ କରି ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଭଦ୍ରକ ବନ୍ଦ ଡାକରାରେ ସମସ୍ତଙ୍କୁ ସହଯୋଗ ପାଇଁ ନିବେଦନ କରିଛି କଂଗ୍ରେସ ।

Get real time updates directly on you device, subscribe now.