fbpx

ସର୍ଭିଲାନ୍ସ ଜୋନରେ ୩୨ପଞ୍ଚାୟତ

ଭଦ୍ରକ, ୨୮ା୪(ଓଡ଼ିଶା ଭାସ୍କର): କରୋନା ସତର୍କତାକୁ ନେଇ ଭଦ୍ରକର ୩୨ଟି ପଞ୍ଚାୟତକୁ ସର୍ଭିିଲାନ୍ସ ଜୋନ ଘୋଷଣା କରାଯାଇଛି । ୩୨ଟି ପଞ୍ଚାୟତରେ କଲିକତା ଫେରନ୍ତା ରହିଥିବା ନେଇ ସୂଚନା ମିଳିଛି । ପ୍ରତି ପଞ୍ଚାୟତରେ ଅତି କମରେ ୧୦ରୁ ଅଧିକ ଲୋକ କୋଲକାତା ଫେରନ୍ତା ରହିଛନ୍ତି । ଏନେଇ ସେହି ଜିଲ୍ଲାରୁ ୮ଟି କ୍ୟାମ୍ପରୁ ୧୩୦୦ରୁ ଅଧିକ ସ୍ୱାବ ସଂଗ୍ରହ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।
ଉଲ୍ଲେଖଯୋଗ୍ୟ ଯେ ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଆକ୍ରାନ୍ତ ପ୍ରାୟ କଲିକତାରୁ ଫେରିଥିବା ନେଇ ଜଣାପଡ଼ିଛି । ଏହାସହ ରାଜ୍ୟରେ ବର୍ତ୍ତମାନ ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ବର୍ତ୍ତମାନ ୮୦ଜଣ କରୋନାରେ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.